Friday, September 20, 2024
26.3 C
Odisha

    ସମ୍ ହସ୍ପିଟାଲ ଓ ଆଇଏପି ଦ୍ୱାରା ଏକ ଦିନିଆ କର୍ମଶାଳା ଆୟୋଜିତ

    ଆଗକୁ ପଢନ୍ତୁ

    ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (ଆଇଏପି )ର ମିଳିତ ଆନୁକୂଲ୍ୟରେ ଶନିବାର ସମ୍ ଆନେକ୍ସ ପରିସରରେ ଆଇଲିପ୍ ନାମକ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶାରୁ ୭୦ ଜଣ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ, ପେଡିଆଟ୍ରିକ୍ସ ଡାକ୍ତର ଓ ଫ୍ୟାକ୍‌ଲ୍ଟି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡ.) ସଂଘମିତ୍ରା ମିଶ୍ର ଯୋଗ ଦେଇ କହିଥିଲେ ଯେ ଶିଶୁରୋଗ ବିଶେଷଜ୍ଞମାନେ ରୋଗୀଙ୍କ ଜରୁକାଳୀନ ପରିସ୍ଥିିତିର ସାମ୍ନା କରିବା ନିମନ୍ତେ ଆବଶ୍ୟକୀୟ ଜ୍ଞାନ ଆହରଣ କରିବା ଦରକାର । ଅନ୍ୟତମ ଅତିଥି ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଏହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ସ ବିଭାଗର ମୁଖ୍ୟ ପ୍ରଫେସର (ଡ.) ମମତାଦେବୀ ମହାନ୍ତି କହିଥିଲେ ଯେ ଜୀବନର ପ୍ରତି ମୂହୁର୍ତରେ କିଛି କିଛି ଶିଖିବା ଜରୁରୀ । ଏହି କର୍ମଶାଳା ମାଧ୍ୟମରେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଏବଂ ଏଥିରେ ଯୋଗ ଦେଇଥିବା ଡାକ୍ତର ଓ ଫ୍ୟାକଲ୍ଟିମାନେ ଅଧିକ ମାତ୍ରାରେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଡ. ଜେ. ବିକ୍ରାନ୍ତ ପୃଷ୍ଟି ଏହି କର୍ମଶାଳାର ସଂଯୋଜକ ଥିବାବେଳେ ଡାକ୍ତର ବିଶ୍ୱଜିତ୍ ମିଶ୍ର ଏଥିରେ ଲିଡ ଫ୍ୟାକଲ୍ଟି ରହିଥିଲେ । ଏହାଛଡା ଡାକ୍ତର ସେବା ରଂଜନ ବିଶ୍ୱାଳ, ଡାକ୍ତର ଶିବବ୍ରତ ପଟ୍ଟନାୟକ ଓ ଡାକ୍ତର ସୁନୀଲ ଅଗ୍ରୱାଲ ଏଥିରେ ଫ୍ୟାକଲ୍ଟି ଭାବେ ଭାଗ ନେଇଥିଲେ । ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡାକ୍ତର ଆଶୁତୋଷ ମହାପାତ୍ର ଓ ଡାକ୍ତର ଶୁଶ୍ରୁତ ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କର୍ମଶାଳାର ଶେଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.3 ° C
    26.3 °
    26.3 °
    86 %
    0.8kmh
    19 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ