Wednesday, October 7, 2026
22.5 C
Odisha

    ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

    ଆଗକୁ ପଢନ୍ତୁ

    ସୋର: ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିବା ବେଳେ  ଦୁର୍ଘଟଣାରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବାଲିମେଣ୍ଢ ଅଞ୍ଚଳର ସୁନୀଲ ବାରିକ ସାବତ୍ରୀ ଭାର ଦେଇ ଝିଅର ଶାଶୂ ଘରୁ ବାଇକରେ ଘରକୁ ଫେରୁଥିବା ବେଳେ ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସୁନୀଲଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଯାଇଥିଲା।ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ