Sunday, October 4, 2026
21.8 C
Odisha

    ସୂର୍ଯ୍ୟଭେଦ ପ୍ରାଣାୟମ୍‌ କରନ୍ତୁ, ରକ୍ତଚାପରୁ ଦୂରେଇ ରୁହନ୍ତୁ

    ଆଗକୁ ପଢନ୍ତୁ

    ସୂର୍ଯ୍ୟଭେଦ ପ୍ରାଣାୟାମ ଦ୍ବାରା ଶରୀରର ଉତ୍ତାପ ବଢ଼ିଯାଏ, ବାତ ଦୋଷରୁ ହେଉଥିବା ଅସମତା ଦୂର ହୁଏ। ପିଙ୍ଗଳା ନାଡ଼ୀକୁ କ୍ରିୟାଶୀଳ କରି ପ୍ରାଣିକ ଶକ୍ତି ଉତ୍ତେଜିତ ହୁଏ ଏବଂ ଜାଗ୍ରତ ହୁଏ। ମନକୁ ବର୍ହିମୁଖୀ ଓ ଗତିଶୀଳ କରି ଦୈହିକ କ୍ରିୟାଗୁଡ଼ିକ ନିଖୁଣ ଭାବରେ କାର୍ଯ୍ୟକାରୀ ହୁଏ ଏବଂ ଅବସାଦ ଦୂର କରେ। ମନ ଅତ୍ୟଧିକ ସଜାଗ ହୁଏ ଏବଂ ଅନୁଭବ ଶକ୍ତି ବଢ଼ିଯାଏ। ଧ୍ୟାନର ପ୍ରସ୍ତୁତି ପାଇଁ ଏହା ଏକ ଉତ୍ତମ ପ୍ରାଣାୟମ। ନିମ୍ନ ରକ୍ତଚାପ, ବନ୍ଧ୍ୟାତ୍ବ ଏବଂ କୃମି ଚିକିତ୍ସାରେ ସାହାଯ୍ୟ କରେ ବୋଲି କହନ୍ତି ଯୋଗଗୁରୁ ଗଣେଶ୍ବର ଗୋ‌ଚ୍ଛିକାର। ଏହି ପ୍ରାଣାୟମ୍‌ କରିବା ପାଇଁ ପ୍ରଥମେ,

    ଏକ ଆରାମଦାୟକ ଧ୍ୟାନସନରେ ବସନ୍ତୁ, ମୁଣ୍ଡ ଓ ମେରୁଦଣ୍ଡ ସିଧା ରହିବ। ହାତ ଆଣ୍ଠୁ ଉପରେ ଚିନ୍‌ ବା ଜ୍ଞାନ ମୁଦ୍ରାରେ ରଖନ୍ତୁ।

    ଆଖି ବନ୍ଦ କରନ୍ତୁ ଏବଂ ପୂରା ଦେହ ଢ଼ିଲା କରନ୍ତୁ।

    ଏକ ଆରାମଦାୟକ ସ୍ଥିତିରେ ସ୍ଥିର ଏବଂ ଶିଥିଳ ହୋଇଗଲେ ନିଶ୍ବାସକୁ କିଛି ସମୟ ଲକ୍ଷ୍ୟ କରନ୍ତୁ।

    ଡାହାଣ ହାତର ଅନାମିକା ଆଙ୍ଗୁଳିରେ ବାମ ନାସାରନ୍ଧ୍ରକୁ ବନ୍ଦ କରନ୍ତୁ ଏବଂ ଡାହାଣ ନାସାରନ୍ଧ୍ରରେ ଧୀର ଗଭୀର ନିଶ୍ବାସ ନିଅନ୍ତୁ। 

    ନିଶ୍ୱାସ ନେବା ସରିଲେ ଦୁଇ ନାସା ରନ୍ଧ୍ର ବନ୍ଦ କରନ୍ତୁ, ନିଶ୍ବାସ ଧରି ରଖନ୍ତୁ ଏବଂ ଜଳନ୍ଧର ଓ ମୂଳବନ୍ଧ କରନ୍ତୁ।

    ପ୍ରଥମେ ଅଭ୍ୟାସ ଆରମ୍ଭ କରୁଥିଲେ କିଛି ସେକେଣ୍ଡ ପାଇଁ ଏହି ସ୍ଥିତିରେ ରୁହନ୍ତୁ।

    ମୂଳବନ୍ଧ ଛାଡ଼ିଦିଅନ୍ତୁ, ତାପରେ ଜଳନ୍ଧର ବନ୍ଧ ଛାଡ଼ିବେ।

    ମୁଣ୍ଡ ସିଧା କରନ୍ତୁ, ଧୀରେ ଡାହାଣ ନାସାରନ୍ଧ୍ରରେ ନିଶ୍ବାସ ଛାଡ଼ନ୍ତୁ

    ଅବଧି

    ସୂର୍ଯ୍ୟଭେଦ ପ୍ରାଣାୟମ ପ୍ରଥମେ ଅଭ୍ୟାସ କରୁଥିଲେ ୧୦ ଚକ୍ର ଅଭ୍ୟାସ ଯଥେଷ୍ଟ। ଅଭ୍ୟାସ ସହଜ ଓ ଆରାମଦାୟକ ହୋଇଗଲେ ୧୦ରୁ ୧୫ ମିନିଟ୍‌ ବଢ଼ାଇ ପାରିବେ।

    ସାବଧାନତା

    • ଖାଇବା ପରେ ଏହି ଅଭ୍ୟାସ କରିବେ ନାହିଁ କାରଣ ପାଚନ କ୍ରିୟାରୁ ସୃଷ୍ଟି ହେଉଥିବା ଶକ୍ତିର ପ୍ରବାହ ବାଧା ପାଇବ।

    ୩୦ ମିନିଟ୍‌ରୁ ବେଶୀ ସମୟ ଏହି ପ୍ରାଣାୟମ୍‌ କଲେ ଶ୍ବସନ ଚକ୍ରରେ ଥିବା ସନ୍ତୁଳନ ଭାଙ୍ଗିଯାଏ

    ହୃଦ୍‌ରୋଗ, ରକ୍ତଚାପ ଓ ଅପସ୍କାର ଥିବା ବ୍ୟକ୍ତି ଏହି ଅଭ୍ୟାସ କରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ