Thursday, April 2, 2026
25.4 C
Odisha

    ଏସ୍‌‌ସିବିରୁ ସୁଶାନ୍ତ ଡିସ୍‌‌ଚାର୍ଜ: କଡ଼ା ସୁରକ୍ଷାରେ ଫେରିଲା ବଲାଙ୍ଗିର ଜେଲ୍‌‌

    ଆଗକୁ ପଢନ୍ତୁ

    କଟକ : ୫ଦିନ ଧରି ଚିକିତ୍ସିତ ହେବା ପରେ ବୁଧବାର ଏସ୍‌‌ସିବି ମେଡିକାଲରୁ ଡିସ୍‌‌ଚାର୍ଜ ହୋଇଛି ଗ୍ୟାଙ୍ଗ୍‌‌ଷ୍ଟର ସୁଶାନ୍ତ ଧଳସାମନ୍ତ। ଦିନ ପ୍ରାୟ ସାଢ଼େ ୧୧ଟାରେ ସେ ଏସ୍‌‌ସିବିରୁ ବାହାରିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥାରେ ତାକୁ ପୁନର୍ବାର ବଲାଙ୍ଗିର ଜେଲ୍‌‌କୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳେ ଡିସ୍‌‌ଚାର୍ଜ ନିମନ୍ତେ ଡାକ୍ତରମାନେ ସୁଶାନ୍ତର ଆବଶ୍ୟକ ସମସ୍ତ ପରୀକ୍ଷାନିରୀକ୍ଷା କରିଥିଲେ। ତା’ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ପୁନର୍ବାର ସେ ଅସୁସ୍ଥ ଅନୁଭବ କଲେ ବଲାଙ୍ଗିର ଜେଲ୍‌‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଏସ୍‌‌ସିବି ପକ୍ଷରୁ କୁହାଯାଇଛି।
    ପ୍ରକାଶଯୋଗ୍ୟ, ହୃଦ୍‌‌ଘାତରେ ଶିକାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ପ୍ରଥମେ ବୁର୍ଲା ଭୀମ୍‌‌ସାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାକୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ଏଠାରେ ସେ ହୃଦ୍‌‌ରୋଗ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଥିଲା। ବୁଧବାର ସକାଳେ ଡାକ୍ତରମାନେ ଡିସ୍‌‌ଚାର୍ଜ କରିବା ପରେ କଡ଼ା ସୁରକ୍ଷା ବଳୟରେ ତାକୁ ବଲାଙ୍ଗିର ଜେଲ୍‌‌ ନିଆଯାଇଥିଲା। କଟକ କମିଶନରେଟ୍‌‌ ପୁଲିସ ପକ୍ଷରୁ ଜଣେ ଇନ୍ସପେକ୍ଟରଙ୍କ ସମେତ ଆର୍ମ ଫୋର୍ସ ପଠାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ