Monday, April 6, 2026
35.2 C
Odisha

    ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ହତ୍ୟା ଅଭିଯୋଗ ଆଣିଲେ ଘର ଲୋକେ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ଗାଁରେ ନବବଧୂଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି ।ବାହାଘରକୁ ୨ ମାସ ବି ପୂରି ନ ଥିଲା । ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ତାଙ୍କ ଘର ଲୋକେ ଯୌତୁକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ରାଜଘରପୋରୀ ପଞ୍ଚାୟତର ସଦର ସାହିର ନକୁଳ ମହାନ୍ତିଙ୍କ ଝିଅ ମାନସୀ।ଅଭିଯୋଗ ଅନୁସାରେ, ପରିବାର ଲୋକ ମାନସୀଙ୍କର ଅନ୍ୟତ୍ର ବାହାଘର ଠିକ୍ କରିଥିଲେ। ଏଥିପାଇଁ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା। ମାତ୍ର ସେଠାରେ ବିବାହ ନ କରି ଗତ ମେ’ ମାସ ୧୦ ତାରିଖରେ ପ୍ରେମିକ ବିରୁପାକ୍ଷଙ୍କୁ ସେ ପ୍ରେମ ବିବାହ କରିଥିଲେ। ଏଥିରେ ମାନସୀଙ୍କ ପରିବାର ଲୋକଙ୍କ ସମ୍ମତି ନ ଥିଲା। ଝିଅଘର ଲୋକ ବାହାଘରରେ ସାମିଲ ମଧ୍ୟ ହୋଇ ନ ଥିଲେ।ବିବାହ ପରେ ବିରୁପାକ୍ଷ କୋଲକାତାକୁ କାମ କରିବାକୁ ଯାଇଥିଲେ। ଗତ ଦୁଇରୁ ତିନି ଦିନ ହେଲା ପତି-ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଲାଗିଥିଲା। ବୁଧବାର ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ମାନସୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

    ଶାଶୁଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମାନସୀଙ୍କ ବାପଘର ଲୋକ ଡାକ୍ତରଖାନାରେ ପହଞ୍ଚି ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ