Friday, May 17, 2024
26.6 C
Odisha

    ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି : ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    ରାମମନ୍ଦିରର ପ୍ରତିଷ୍ଠା ପାଇଁ ପୂରା ଦେଶ ଉତ୍ସବମୁଖର । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଷ୍ଠିତ ଲୋକ ଅଯୋଧ୍ୟା ଆସିବେ । କିନ୍ତୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପୂର୍ବରୁ ମନା କରି ସାରିଛନ୍ତି ଦୁଇ ଶଙ୍କରାଚାର୍ଯ୍ୟ ସ୍ୱାମ୍ବୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଓ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଉଭୟ ସ୍ପଷ୍ଟ ଭାବେ କହିଛନ୍ତି, ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଶାସ୍ତ୍ରୀୟ ବିଧିର ପାଳନ କରାଯାଉନାହିଁ । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ପ୍ରାଣ ପ୍ରତିଷ୍ଠା କିଏ କରିପାରିବ ଏବଂ କିଏ କରିପାରିବ ନାହିଁ ସେନେଇ ସନାତନ ଧର୍ମରେ ନିୟମ ରହିଛି । ଏହାସତ୍ତେ୍ୱ ମଧ୍ୟ ସନାତନ ଧର୍ମର ଉଲ୍ଲଂଘନ ହେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶଙ୍କରାଚାର୍ଯ୍ୟ କହିଛନ୍ତି ଯେଉଁମାନେ ବ୍ୟାସପୀଠଙ୍କ ସହ ଲାଗନ୍ତି ସେମାନେ ଭାଙ୍ଗି ଚୁରମାର ହୋଇଯାଆନ୍ତି । ହିମାଳୟ ଉପରେ ପ୍ରହାର କଲେ ପ୍ରହାର କରୁଥିବାର ବ୍ୟକ୍ତିର ହିଁ କ୍ଷତି ହୁଏ । ଆମ ସହ ଲାଗିବା ଉଚିତ୍ ନୁହେଁ । ଲକ୍ଷ ଲକ୍ଷ ପରମାଣୁ ବୋମାକୁ କ୍ଷଣିକରେ ଧ୍ୱଂସ କରିବାର କ୍ଷମତା ଆମ ପାଖରେ ରହିଛି । ଆମେ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ଅଧିଷ୍ଠିତ ହୋଇନାହୁଁ । ଯାହାଙ୍କର ଏହି ଗାଦି ସେମାନଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ଏହି ପଦବୀରେ ବସିଛୁ । ତେଣୁ ଆମର କେହି କିଛି କ୍ଷତି କରିପାରିବେନି ।

    ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାମଧ୍ୟ କହିଛନ୍ତି, ଯଦି ଆମ ବିରୋଧରେ କିଏ ଚକ୍ରାନ୍ତ କରିବାକୁ ପ୍ରୟାସ କରିବ ସେ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସୁରକ୍ଷିତ ରହିପାରିବନି । ମୁଁ ଜନତାଙ୍କୁ ଉସକାଏ ନାହିଁ କିନ୍ତୁ ଲୋକେ ଆମ କଥାକୁ ଅନୁକରଣ କରନ୍ତି । ଲୋକମତ ଆମ ସାଥୀରେ ଅଛି । ଶାସ୍ତ୍ର ମତ ଓ ସାଧୁ ମତ ମଧ୍ୟ ଆମ ସାଥୀରେ ରହିଛି । ତେଣୁ ଆମକୁ ଦୁର୍ବଳ ଭାବିବାର ଭୁଲ କରନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.6 ° C
    26.6 °
    26.6 °
    56 %
    1.6kmh
    84 %
    Fri
    27 °
    Sat
    36 °
    Sun
    40 °
    Mon
    42 °
    Tue
    42 °

    ସମ୍ବନ୍ଧିତ