Saturday, July 27, 2024
24.6 C
Odisha

    ଟ୍ରାଫିକ୍ ଇନସିପେକ୍ଟରଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର । ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ଭୁବନେଶ୍ୱର ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, ଟଙ୍କା ନେଇ ସେ କେଉଁଠିକୁ ଯାଉଛନ୍ତି, ତାହାର କୌଣସି ସନ୍ତୋଷ ଜନକ ଉତର ଦେଇପାରିନଥିଲେ । ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଚଢଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୨ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲ କ୍ଷ ୨୪ ହଜାର ଟଙ୍କା ସୁନା ଅଳଙ୍କାର ଜବତ ହୋଇଛି । ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ