Thursday, September 10, 2026
24.1 C
Odisha

    ଏୟାର୍‌ ସୋ’ ଦୁଃଖ ପ୍ରସଂଗରେ ମୁହଁ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଚେନ୍ନାଇ: ରବିବାର ଦିନ ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଏୟାର ସୋ’ ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ‌ବେ ଏହାକୁ ନେଇ ସଫେଇ ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌।

    ଚେନ୍ନାଇ ଏୟାର୍‌ ସୋ’ ଦୁଃଖକୁ ନେଇ ‌ଷ୍ଟାଲିନ୍‌ କହିଛନ୍ତି, ‘‘ଭାରତୀୟ ବାୟୁସେନା (ଆଇଏଏଫ୍‌) ଯାହା ଦାବି କରିଥିଲା ଆମେ ସେଇ ଅନୁସାରେ ଯୋଗାଇ ଦେଇଥିଲୁ। ଏୟାର୍‌ ସୋ’ ପାଇଁ ବାୟୁସେନାକୁ ଯେତିକି ସୁରକ୍ଷା ବ୍ୟବସ୍ଥା ଦରକାର ବୋଲି ସେମାନେ କହିଥିଲେ, ଆମେ ତାହା ‌ଯୋଗାଇଛୁ।’’

    ସୋମବାର କହିଛନ୍ତି ଯେ ଏୟାର ସୋ ପାଇଁ ରାଜ୍ୟ କର୍ତ୍ତୃପକ୍ଷ ସମସ୍ତ ଆବଶ୍ୟକୀୟ ପ୍ରଶାସନିକ ସହଯୋଗ ଏବଂ ସୁବିଧା ଯୋଗାଇ ଦେଇଛନ୍ତି, ଯାହା ଭାରତୀୟ ବାୟୁସେନାଙ୍କ ଅନୁରୋଧଠାରୁ ଅଧିକ ଥିଲା।

    ଉଲ୍ଲେଖଯୋଗ୍ୟ, ଏହି ଦୁର୍ଘଟଣା ଘଟିବା ପରେ ବିରୋଧୀମାନେ ଏବେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ କରିବା ପାଇଁ ମାରିନା ବିଚରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଖୁବ୍ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଏହି ଏୟାର୍ ସୋ’ ପ‌ାଇଁ ହଜାର ହଜାର ଲୋକ ଅତ୍ୟଧିକ ଗହଳି, ଟ୍ରାଫିକ୍ ଜାମ୍ ଏବଂ ପ୍ରଚଣ୍ଡ ଉତ୍ତାପ ମଧ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

    ଏହାକୁ ପେଥ ଏଆଇଏଡିଏମ୍‌କେ ନେତା ଏଡାପାଦୀ କେ ପାଲାନିସ୍ୱାମୀ ଯୋଜନା ତଥା ଭିଡ଼ ପରିଚାଳନା ପାଇଁ ଡିଏମକେ ସରକାରଙ୍କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପ୍ରଶାସନ ଉପରେ ଦୋଷାରୋପ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ