Sunday, June 22, 2025
34.6 C
Odisha

    ୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ସ୍ପନସର୍ ରହିବ ଟାଟା ଗ୍ରୁପ୍ । ପ୍ରତି ସିଜିନରେ ବିସିସିଆଇକୁ ୫୦୦ କୋଟି ଦେବ ଟାଟା

    ଆଗକୁ ପଢନ୍ତୁ

    ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ ସ୍ପନସର ରହିବ ଟାଟା ଗ୍ରୁପ୍ । ଅର୍ଥାତ, ୨୦୨୮ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ‘ଟାଟା ଆଇପିଏଲ୍’ ନାମରେ ପରିଚିତ ହେବ । ଏଥିପାଇଁ ଟାଟା ଗ୍ରୁପକୁ ପ୍ରତି ସିଜିନରେ ୫୦୦ କୋଟି ଟଙ୍କା ଦେବାକୁ ପଡିବ । ଏଥର ଆଇପିଏଲ ସ୍ପନସରସିପ୍ ପାଇଁ ଦୁଇଟି ଗ୍ରୁପ୍ ରେସରେ ଥିଲେ । ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ଟାଟା ଗ୍ରୁପ୍ ୨୦୨୪-୨୦୨୮ ପର୍ଯ୍ୟନ୍ତ ଆଇପିଏଲ ସ୍ପନସର ପାଇଁ ଦୌଡରେ ଥିଲେ । ଆଇପିଏଲ ଟାଇଟଲ୍ ରାଇଟ୍ସ ପାଇଁ ଏଥର ବିସିସିଆଇ ୧୭୫୦ କୋଟି ଟଙ୍କା ବେସ୍ ପ୍ରାଇସ୍ ରଖିଥିଲା । ଆଉ ଆଦିତ୍ୟ ବିର୍ଲା ଗ୍ରୁପ୍ ୨୫୦୦ କୋଟି ଟଙ୍କାର ବିଡ୍ ଦାଖଲ କରିଥିଲା । ହେଲେ ଟାଟା ଗ୍ରୁପ୍ ରାଇଟ୍-ଟୁ-ମ୍ୟାଚ୍ ବିକଳ୍ପର ଉପଯୋଗ କରିବା ସହିତ ଆଗାମୀ ୫ ବର୍ଷ ପାଇଁ ଆଇପିଏଲ ରାଇଟ୍ସ ନିଜ ପାଖରେ ରଖିଛି ।

    ମିଳିଥିବା ସୂଚନା ମୁତାବକ, ଏହି ଆଗାମୀ ୫ ବର୍ଷ ଟାଟା ଗ୍ରୁପ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ୍ ସ୍ପନସର ରହିବ । ଆଗାମୀ ଦିନରେ ଆଇପିଏଲ୍ ମ୍ୟାଚ୍ ସଂଖ୍ୟା ମଧ୍ୟ ବଢିପାରେ ବୋଲି ସୂଚନା ମିଳୁଛି । ବର୍ତ୍ତମାନ ଲିଗ୍ ସ୍ତରରେ ୭୪ଟି ମ୍ୟାଚ୍ ଖେଳାଯାଉଥିବାବେଳେ, ଆଗାମୀ ଦିନରେ ଏହି ସଂଖ୍ୟା ୮୪ ଏବଂ ୨୦୨୭ ସୁଦ୍ଧା ୯୪କୁ ବୃଦ୍ଧି ପାଇପାରେ ।

    ଟାଟା ଗ୍ରୁପ୍ , ଚୀନର ମୋବାଇଲ ନିର୍ମାତା କମ୍ପାନୀ ଭିଭୋକୁ ହଟେଇ ଆଇପିଏଲ ସ୍ପନସର ନିଜ ନାଁରେ କରିଥିଲା । ୨୦୨୨ ଏବଂ ୨୦୨୩ ବର୍ଷରେ ଟାଇଟଲ୍ ସ୍ପନସର ପାଇଁ ଟାଟାକୁ ୬୭୦ କୋଟି ଟଙ୍କା ଦେବାକୁ ପଡିଥିଲା । ଆଉ ଏବେ ଏହା ୨୦୨୮ ମସିହା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ପୂର୍ବରୁ ଡିଏଲଏଫ୍, ପେପ୍ସି, ଭିଭୋ ଏବଂ ଡ୍ରିମ୍ ୧୧ ଆଇପିଏଲର ଟାଇଟଲ୍ ସ୍ପନସର ରହିସାରିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    45 %
    4.5kmh
    73 %
    Sun
    33 °
    Mon
    32 °
    Tue
    34 °
    Wed
    26 °
    Thu
    31 °

    ସମ୍ବନ୍ଧିତ