Monday, October 5, 2026
29.1 C
Odisha

    ୫୫୦ km ରେଞ୍ଜ, ପ୍ରିମିୟମ ଲୁକ୍ ଏବଂ ଆଡଭାନ୍ସ ଫିଚର୍ସ ସହ ଆସିବାକୁ ଯାଉଛି Tata Sierra EV

    ଆଗକୁ ପଢନ୍ତୁ

    ଭାରତୀୟ ବଜାରରେ ଟାଟା ମୋଟର୍ସ କାରଗୁଡିକ ବହୁତ ଲୋକପ୍ରିୟ ଏବଂ ଏହାର ଚାହିଦା ମଧ୍ୟ ବେଶ ଅଧିକ ଥାଏ । ସେପ୍ଟି ରେଟିଂ ଦୃଷ୍ଟିରୁ ଅନେକ ଟାଟା କାର ମଧ୍ୟ ଭଲ ବିବେଚନା କରାଯାଏ । ଏହି କାରଣରୁ ଲୋକମାନେ ସର୍ବଦା ଟାଟାର ଆଗାମୀ ଲଞ୍ଚକୁ ଅପେକ୍ଷା କରି ରହିଥାନ୍ତି । ଏହା ସହ ଟାଟା ବର୍ତ୍ତମାନ ଭାରତୀୟ ବଜାରରେ Sierra ଇଭି ଲଞ୍ଚ କରିବ, ଯାହାର ଟାଇମଲାଇନ ପ୍ରକାଶ ପାଇଛି । ଟାଟା ବଜାରରେ ଦୁଇଟି ଇଞ୍ଜିନ୍ ଭର୍ସନ ଉପସ୍ଥାପନ କରିବ ଯେଉଁଥିରେ ଇଭି ଏବଂ ICE ଅନ୍ତର୍ଭୁକ୍ତ ।

    ICE ଭର୍ସନ ପୂର୍ବରୁ ଟାଟା Sierra ଇଭି ଲଞ୍ଚ ହେବ ଯାହା ଆସନ୍ତା ବର୍ଷ ଶେଷ ସୁଦ୍ଧା ଲଞ୍ଚ ହେବ । Sierra ଇଭି ଟାଟା ମୋଟର୍ସର ପ୍ରିମିୟମ୍ ଇଭି ହେବ ଯାହା ବେସ୍ପୋକ ଇଭି ପ୍ଲାଟଫର୍ମ ଉପରେ ବେସ୍ଡ । ଅଟୋ ଏକ୍ସପୋରେ ଟାଟା Sierra ପ୍ରଥମ ଥର ପାଇଁ ପରିଚିତ ହୋଇଥିଲା, ଯେଉଁଥିରେ ଏଲଇଡି ଲାଇଟ୍ ବାର୍ ସହିତ ଫ୍ଲାଶ୍ ଡୋର ହ୍ୟାଣ୍ଡଲ୍ ମଧ୍ୟ ଦେଖାଯାଇଥିଲା । ଏହା ସହିତ Sierrraକୁ ସାଇଡ୍ ୱିଣ୍ଡୋ ଡିଜାଇନ୍ ସହିତ ଅଣାଯାଇପାରିବ ।

    ଡିଜାଇନ୍ ଏବଂ ଫିଚର୍ସ:

    ନୂତନ Sierra ୫-ଡୋର୍ ବେସ୍ଡ ହେବ ଯାହା ବକ୍ସି ଲାଇନ୍ସ ସହିତ ରେଡିକାଲ ଲୁକରେ ଆସିବ । ସାଇଜ୍ ବିଷୟରେ କହିବାକୁ ଗଲେ, Sierra ର ଲମ୍ବ ୪.୩ ମିଟର ହେବ, ଯାହାର ଅର୍ଥ ହେଉଛି Sierra କର୍ଭ ସାଇଜର ହୋଇପାରେ । ଏହା ସହିତ ଏହା ସଫାରି ଏବଂ ହ୍ୟାରିଅର୍ ଠାରୁ ଛୋଟ ହୋଇପାରେ । Sierra ରେ ୧୨୦.୩-ଇଞ୍ଚ୍ ଟଚ୍ ସ୍କ୍ରିନ୍ ରହିବ କିନ୍ତୁ ସେଣ୍ଟ୍ରାଲ୍ କନସୋଲ୍ ଅନ୍ୟ ଟାଟା କାରଠାରୁ ଭିନ୍ନ ହେବାକୁ ଯାଉଛି ।

    Tata Sierra EV ଦାମ୍:

    ଏହା ବ୍ୟତୀତ, ଆପଣ ଟାଟା Sierraରେ ପାନୋରାମିକ୍ ସନରୁଫ୍, ପ୍ୟାସେଞ୍ଜର ସିଟ୍ ସହିତ ମିନି ଇନଫର୍ମେସନ ଡିସପ୍ଲେ, ହେଡ୍ ଅପ୍ ଡିସପ୍ଲେ, ADAS, ଡୁଆଲ୍ ପାୱାର୍ଡ ଫ୍ରଣ୍ଟ ସିଟ୍ ଭଳି ଅନ୍ୟାନ୍ୟ ଫିଚର୍ସ ପାଇପାରିବେ । କୁଲଡ୍ ସିଟ୍ ସହିତ ଅନ୍ୟାନ୍ୟ ଫିଚର୍ସ ମଧ୍ୟ ଏଥିରେ ଉପଲବ୍ଧ ହେବ । ନ୍ୟୁ ଜେନେରେସନ Sierra ଇଭିରେ ଅଧିକ ସ୍ପେସ ଉପଲବ୍ଧ ହେବାକୁ ଯାଉଛି । Sierra EV ୫୫kWh ବ୍ୟାଟେରୀ ପ୍ୟାକ୍ ଅପ୍ସନ ପାଇବାକୁ ଯାଉଛି, ଯାହାର ରେଞ୍ଜ ୫୫୦ କିଲୋମିଟର ହେବ । ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା ଏହି ଇଭିର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ