Sunday, March 22, 2026
32.5 C
Odisha

    ଟେଲିକମ୍‌ ବିଲ୍‌ଦ୍ବାରା ଜାତୀୟ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ସମସ୍ତ ଟେଲି ଯୋଗାଯୋଗ ସେବା ଅଧିଗ୍ରହଣ କିଂବା ବାତିଲ କରିପାରିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ କରାଯାଇଥିବା ‘ଟେଲିକମ୍ୟୁନିକେସନ୍‌ ବିଲ୍‌, ୨୦୨୩ଦ୍ବାରା ଜାତୀୟ ନିରାପତ୍ତା ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ସମସ୍ତ ଟେଲି କମ୍ୟୁନିକେସନ୍‌ ସେବା ଅଥବା ନେଟ୍‌ୱାର୍କଗୁଡ଼ିକୁ ଅଧିଗ୍ରହଣ, ପରିଚାଳନା କିଂବା ବାତିଲ କରିପାରିବେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଟେଲିକମ୍‌ ସେକ୍ଟର୍‌କୁ ପରିଚାଳନା କରୁଥିବା ୧୩୮ ବର୍ଷର ପୁରାତନ ‘ଇଣ୍ଡିଆନ୍‌ ଟେଲିଗ୍ରାଫ୍‌ ଆକ୍ଟ୍‌’କୁ ଉଚ୍ଛେଦ କରିବା ହେଉଛି  ‘ଟେଲିକମ୍ୟୁନିକେସନ୍‌ ବିଲ୍‌, ୨୦୨୩’ର ଉଦ୍ଦେଶ୍ୟ। ଅଗଷ୍ଟ ମାସରେ କ୍ୟାବିନେଟ୍‌ ଏହି ବିଲ୍‌କୁ ଅନୁମୋଦନ କରିଥିଲା। ୨୦୨୩ରେ ‘ଟେଲିକମ୍ୟୁନିକେସନ୍‌ସ୍‌ ଟୁ ଏନ୍‌ହାନ୍‌ସ୍‌ ୟୁଜର୍ସ ସେଫ୍‌ଟି’ ବା ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଟେଲିଯୋଗାଯୋଗ ନାମରେ ‘ଇଣ୍ଟର୍‌ନେଟ୍‌ ଆଧାରିତ ଫୋନ୍‌ ଓ ବାର୍ତ୍ତା ପ୍ରେରଣକାରୀ ‘ଆପ୍‌’ ଉପରେ ନିୟନ୍ତ୍ରଣ ରଖିବା ଲାଗି ରିଲିଜ୍‌ କରାଯାଇଥିବା ‘ଟେଲିକମ୍ୟୁନିକେସନ୍‌ସ୍‌ ବିଲ୍‌’ର ଚିଠାରେ ପ୍ରସ୍ତାବ ଦିଆଯାଇଛି।

    ଏହାଛଡ଼ା, ‘ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ’ର (ଟ୍ରାଇ) କ୍ଷମତାକୁ ସଙ୍କୁଚିତ କରିବା ଲାଗି ମଧ୍ୟ ଏହି ‘ବିଲ୍‌’ରେ ପ୍ରସ୍ତାବ ଦିଆଯାଇଛି। ଫଳରେ ‌‘ଟେଲିକମ୍‌ କମ୍ପାନି’ମାନେ ଚିନ୍ତିତ ‌ହୋଇଉଠିଛନ୍ତି। ସେହିପରି, ଯଦି କୌଣସି କମ୍ପାନି ‘ପର୍‌ମିଟ୍‌ ସରେଣ୍ଡର୍‌’ କରେ ଏହି ପ୍ରସ୍ତାବିତ ଚିଠା ବା ବିଲ୍‌ରେ ସେମାନଙ୍କ ‘ଲାଇସେନ୍‌ସ୍‌ ଫିସ୍‌ ଫେରସ୍ତ ପାଇବା ଓ ପଞ୍ଜିକରଣ ଆଦି ନିୟମରେ କିଛି କୋହଳ କରାଯିବାର ବ୍ୟବସ୍ଥା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ