Saturday, October 3, 2026
24.8 C
Odisha

    ବାରାଣସୀରେ ବିଶ୍ବର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ବର୍ବେଦ ମହାମନ୍ଦିର’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ବାରାଣସୀ: ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ବୃହତ୍ତମ ଧ୍ୟାନ କେନ୍ଦ୍ର ‘ସ୍ବର୍ବେଦ ମହାମନ୍ଦିର’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଆଜି ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମିଶି ଏହି ୭ ମହଲାବିଶିଷ୍ଟ ମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି।

    ବାରାଣସୀ ସହରଠାରୁ ୧୨ କିଲୋମିଟର୍‌ ଦୂର ଉମରାହା ଅଞ୍ଚଳରେ ନିର୍ମିତ ଏହି ୭ ମହଲା ଉଚ୍ଚ ଏହି ସୁନ୍ଦର ମନ୍ଦିର ଉପରେ ୧୨୫ଟି ପଦ୍ମପାଖୁଡ଼ା ଆକୃତି ଥିବା ଗମ୍ବୁଜ ରହିଛି। ଏଥିରେ ୨୦,୦୦୦ ଲୋକ ବସିବା ପାଇଁ ଆସନ ବ୍ୟବସ୍ଥା ରହିଛି। ୩,୦୦୦,୦୦୦ ବର୍ଗଫୁଟ୍‌ ଜମିରେ ନିର୍ମିତ ଏହି ମନ୍ଦିର କାନ୍ଥରେ ‘ସ୍ବର୍ବେଦ’ର ୩,୧୩୭ଟି ଶ୍ଳୋକ ଖୋଦେଇ କରାଯାଇଛି। ୨୦୦୪ରେ ଏହି ମହାମନ୍ଦିରର ଶିଳାନ୍ୟାସ କରିଥିଲେ ସଦ୍‌ଗୁରୁ ଆଚାର୍ଯ୍ୟ ସ୍ବତନ୍ତ୍ର ଦେବ ଓ ସନ୍ଥ ପ୍ରବର ବିଜ୍ଞାନ ଦେବ। ୬୦୦ ଶ୍ରମିକ ଓ ୧୫ଜଣ ଇଞ୍ଜିନିୟର୍‌ଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଏହି ମନ୍ଦିର ନିର୍ମିତ ହୋଇଛି। ୧୦୧ଟି ଝର ଥିବା ଏହି ମନ୍ଦିରର ଛାତର ଅଭ୍ୟନ୍ତର ଓ କବାଟ ସବୁ ଶାଗୁଆନ୍‌ କାଠରେ ନିର୍ମିତ। ସେଥିରେ ପୁଣି ଅନେକ ପ୍ରକାରର ସୂକ୍ଷ୍ମ ଖୋଦେଇ କାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଧର୍ମଗ୍ରନ୍ଥ ‘ସ୍ବର୍ବେଦ’ର ରଚୟିତା ହେଉଛନ୍ତି ସଦ୍‌ଗୁରୁ ଶ୍ରୀସଦାଫଲ୍‌ ଦେଓଜି ମହାରାଜ। ତାଙ୍କୁ ନିତ୍ୟ ଯୋଗୀ ଓ ବିହଙ୍ଗମ ଯୋଗର ସଂସ୍ଥାପକ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    75 %
    0.7kmh
    4 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ