Saturday, June 7, 2025
37.5 C
Odisha

    ଆରମ୍ଭ ହେଲା ‘ଟେଲିମାନସ’ ସେବା

    ଆଗକୁ ପଢନ୍ତୁ

    ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ଗଣଶିକ୍ଷା ବିଭାଗର ପ୍ରୟାସ । ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଟେଲିମାନସ’ ସେବା । ୧୪୪୧୬ ନମ୍ବର ଜାରି କରିଛି ବିଭାଗ । ପରୀକ୍ଷା ପ୍ରସ୍ତୁତି ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ୧୪୪୧୬ ନମ୍ବରରେ ଫୋନ୍ କରି ମତାମତ ନେଇପାରିବେ ।‘ଟେଲିମାନସ-୧୪୪୧୬’ କୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯିବା ପରେ ସେମାନେ ନିଜ ନିଜ ଜିଲ୍ଲାରେ ବିତରଣ କରିବେ । ଏହା ସହ ଶିକ୍ଷାନୁଷ୍ଠାନ ପରିସରରେ ଟେଲି ମାନସ ନମ୍ବର ପ୍ରଦର୍ଶିତ କରାଯାଇପାରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    25 %
    0.6kmh
    7 %
    Sat
    38 °
    Sun
    40 °
    Mon
    43 °
    Tue
    42 °
    Wed
    38 °

    ସମ୍ବନ୍ଧିତ