Saturday, April 4, 2026
38.1 C
Odisha

    କଂଗ୍ରେସକୁ ୧୦ଟି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗାମୀ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ୍‌ କନଫରେନ୍‌ସ ସହ କଂଗ୍ରେସ ମେଣ୍ଟ କରିଛି। ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ତ୍ବ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ କଂଗ୍ରେସ ବିପଦରେ ପକାଇଛି। କଂଗ୍ରେସ ଓ ନ୍ୟାସନାଲ୍‌ କନଫରେନ୍‌ସ ମେଣ୍ଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ‌ଂଗ୍ରେସ ଦଳକୁ ଏଭଳି ୧୦ଟି ପ୍ରଶ୍ନ କରିଛନ୍ତି। ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳ ବିନା ମାଛ, କ୍ଷମତା ବିନା କଂଗ୍ରେସ ଦଳ। କ୍ଷମତା ଲୋଭରେ କଂଗ୍ରେସ ଦଳ ଅନ୍ଧ। କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ କଂଗ୍ରେସ ଆଦୌ ପଛଘୁଞ୍ଚା ଦିଏନାହିଁ। ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ୍‌ କନଫରେନ୍ସ’ ସହ କଂଗ୍ରେସ ମେଣ୍ଟ କରିବା ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନ୍ୟାସନାଲ୍‌ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଉଚିତ।

    ‘ଏକ ଦେଶ ମେ ଦୋ ନିଶାନ’ ଜମ୍ମୁ ଓ କଶ୍ମୀରରେ ପୃଥକ ପତାକା, ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଓ ୩୫ (କ)ର ପୁନଃସ୍ଥାପିତ କରିବାକୁ ନ୍ୟାସନାଲ୍‌ କନଫରେନ୍ସର ପ୍ରତିଶ୍ରୁତି ଦେଇଛି। ଏହାଦ୍ୱାରା ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରି, ଅଶାନ୍ତ ବାତାବରଣ ସୃଷ୍ଟି କରାଯିବାକୁ କଂଗ୍ରେସ ସମର୍ଥନ କରୁଛି କି ନାହା ତାହା ସ୍ପଷ୍ଟ କରିବା ଜରୁରି। ଜମ୍ମୁ ଓ କଶ୍ମୀରବାସୀଙ୍କ ସହ କଥାବାର୍ତ୍ତା ହୋଇ ଶାନ୍ତି ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ବଦଳରେ ଚରମ ଶତ୍ରୁ ପାକିସ୍ତାନ ସହ କଥାବାର୍ତ୍ତା କରି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେବା ପ୍ରତି କଂଗ୍ରେସର ସମର୍ଥନ ଅଛି କି ? ପାକିସ୍ତାନ ସହିତ ବାଣିଜ୍ୟ ଆରମ୍ଭ କରିବା ଆଳରେ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପର ପ୍ରୋତ୍ସାହନ ଓ ଏହାଦ୍ୱାରା ସ୍ଥାନୀୟ ଇକୋସିଷ୍ଟମ ପ୍ରଭାବିତ ହେବ କି ନାହିଁ। ଆତଙ୍କବାଦୀ ଓ ପଥର ମାଡ଼ କାର୍ଯ୍ୟରେ ସଂପୃକ୍ତ ଲୋକ ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ସରକାରୀ ଚାକିରି ଦେବା ନାସନାଲ କନଫରେନ୍ସର ନିଷ୍ପତ୍ତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି?

    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ-ମେଣ୍ଟ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ଘଟାଇବାର ଚକ୍ରାନ୍ତ କରାଯାଉଛି। ଦଳିତ, ଗୁଜ୍ଜର, ବକରବାଲ ଓ ପାହାଡ଼ ଅଞ୍ଚଳବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଶେଷ କରି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ଯାଉଛି ନ୍ୟାସନାଲ୍‌ କନଫରେନ୍ସ। ଶଙ୍କରାଚାର୍ଯ୍ୟ ପର୍ବତକୁ ‘ତକ୍ତ-ଏ-ସୁଲେମାନ’ ଓ ‘ହରି ପର୍ବତ’କୁ ‘କୋହ-ଏ-ମାରନ’ ନାମରେ ପରିଣତ କରିବାର ନାସନାଲ କନଫରେନ୍ସର ଚକ୍ରାନ୍ତକୁ କଂଗ୍ରେସ ଦଳର ସମର୍ଥନ ରହିଛି କି ? ଜମ୍ମୁ-କଶ୍ମୀରର ଅର୍ଥ ବ୍ୟବସ୍ଥାକୁ ପୁନର୍ବାର ଦୁର୍ନୀତି ଭିତରକୁ ଠେଲି ଦେଇ ଏକ ପାକିସ୍ତାନ ସମର୍ଥିତ ଏକ ନିର୍ଦ୍ଦଷ୍ଟ ପରିବାରକୁ ହସ୍ତାନ୍ତର କରିବା ରାଜନୀତିକୁ କଂଗ୍ରେସ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଜମ୍ମୁ ଓ ଘାଟି ଅଞ୍ଚଳବାସୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରି ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଜମ୍ମୁ ଓ କଶ୍ମୀରକୁ ସ୍ୱାୟତ୍ୱତା ପ୍ରଦାନ କରି ନ୍ୟାସନାଲ୍‌ କନଫରେନ୍‌ସର ବିଭାଜନକାରୀ ରାଜନୀତିକୁ କଂଗ୍ରେସ ଦଳ ସମର୍ଥନ କରୁଛି କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ