Saturday, July 27, 2024
24.5 C
Odisha

    ଏପ୍ରିଲ ଶେଷ ଆଡ଼କୁ ନିର୍ବାଚନ ପ୍ରଚାରକୁ ଓହ୍ଳାଇପାରନ୍ତି ମୁଖ୍ୟମନ୍ତ୍ରୀ: ୨୦୧୯ପରି ସ୍ୱତନ୍ତ୍ର ବସରେ ବୁଲିବେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଏପ୍ରିଲ ଶେଷ ଆଡ଼କୁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ପରି ସ୍ୱତନ୍ତ୍ର ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିପାରନ୍ତି ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବାକୁ ଥିବା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ନବୀନ । ଏପ୍ରିଲ ଶେଷ ସପ୍ତାହ ବେଳକୁ ଏହି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବସ । ଯେଉଁଥିରେ ବସି ରୋଡ ସୋ କରିଥିଲେ ନବୀନ । ଏହି ବସରେ କାର୍ ଭଳି ସନରୁଫ୍ ରହିଥିଲା । ଚଳିତ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ଢଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ