Tuesday, May 5, 2026
23.4 C
Odisha

    ଟି-୨୦ ବିଶ୍ୱକପ ଜିତିବା ପରେ କ୍ୟାପଟେନଙ୍କୁ ଧନ୍ୟବାଦ ଜଣାଇଲେ କୋଚ୍

    ଆଗକୁ ପଢନ୍ତୁ

    ସାତ ମାସ ତଳେ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟ ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ଲଗାତାର ୧୦ଟି ମ୍ୟାଚ୍ ଜିତିବା ପରେ ଫାଇନାଲରେ ଦଳ ଏମିତି ହାରିଯିବାକୁ କେହିବି ସହଜରେ ବିଶ୍ୱାସ କରିନଥିଲେ। ତେବେ ଏହି ପରାଜୟ କେବଳ ଟିମ୍ ଇଣ୍ଡିଆକୁ ନୁହେଁ, ବରଂ ସମସ୍ତଙ୍କୁ ଶକ୍ତ ଝଟକା ଦେଇଥିଲା। ଲାଗୁଥିଲା ଆଉ ଯେପରି ଟିମ୍ ବିଶ୍ୱକପ୍ ଜିତିପାରିବ ନାହିଁ । ବିଶେଷକରି ଏହି ପରାଜୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା। ଆଉ ଏହି ସମୟରେ ଦ୍ରାବିଡଙ୍କ କୋଚ୍ ପଦରୁ ଓହରିଯିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ରୋହିତ ଶର୍ମା ସେହି ବ୍ୟକ୍ତି, ଯିଏ ଦ୍ରାବିଡଙ୍କୁ କୋଚ୍ ଭାବେ ରହିବାକୁ ବାଧ୍ୟ କରିଥିଲେ। ଏହା ଆମେ କହୁନୁ, ଟି-୨୦ ବିଶ୍ବକପ୍ ଜିତିବା ପରେ ଖୋଦ୍ ରାହୁଲ ଦ୍ରାବିଡ ଏହି କଥା କହିଛନ୍ତି । ଆଉ ଏଥିପାଇଁ ଦ୍ରାବିଡ, ଟିମର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    77 %
    3.1kmh
    100 %
    Tue
    23 °
    Wed
    37 °
    Thu
    39 °
    Fri
    39 °
    Sat
    40 °

    ସମ୍ବନ୍ଧିତ