Wednesday, March 12, 2025
37.7 C
Odisha

    ପାଦଟିଏ ଆଗେଇଲା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

    ଆଗକୁ ପଢନ୍ତୁ

    ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ରିପୋର୍ଟ ପ୍ରସ୍ତୁତ କରିଛି । ୧୮,୬୨୬ ପୃଷ୍ଠାର ଏହି ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି କୋବିନ୍ଦ । ସେପ୍ଟେମ୍ବର ୨, ୨୦୨୩ରେ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନ ଧରି ଏହି କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଅନୁଧ୍ୟାନ କରିଥିଲା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଗୋଟିଏ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    8 %
    3.5kmh
    0 %
    Wed
    37 °
    Thu
    40 °
    Fri
    41 °
    Sat
    41 °
    Sun
    41 °

    ସମ୍ବନ୍ଧିତ