Monday, November 2, 2026
22 C
Odisha

    ଆଜି ଠାରୁ କଟକ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା, ଆସନ୍ତା ୧୦ ତାରିଖ ଯାଏ ଚାଲିବ ନିଲାମ

    ଆଗକୁ ପଢନ୍ତୁ

    କଟକ : ଆଜି ଠାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା 2026 ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା । ଏହି ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୭ ଟି ଟିମ୍ ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ପ୍ରତିଦିନ ସକାଳ ୧୦ ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୨ ଟାରୁ ୩ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିବ ।

    ନିଲାମରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ବ୍ୟକ୍ତି ଯଦି ନିଲାମରେ ଭାଗ ନିଅନ୍ତି ନାହିଁ, ତେବେ ସେମାନଙ୍କ ଦାଖଲ କରିଥିବା ଫି’ ଫେରସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ପଞ୍ଜିକରଣ ହୋଇଥିବାରୁ ପ୍ରାୟ ୩୦୦ ରୁ ୪୦୦ ଟି ପ୍ଲଟ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶା କରାଯାଉଛି । ଗତ ଅକ୍ଟୋବର ମାସ ୩୧ ତାରିଖ ପଞ୍ଜୀକରଣର ଅନ୍ତିମ ଦିନ ଥିଲା । ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ୬୦ ରୁ ୬୫ ଟଙ୍କା ମଧ୍ୟରେ ରଖାଯାଇଥିଲା । ତେବେ ପ୍ଲଟ ନିଲାମ ପ୍ରକ୍ରିୟାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22 ° C
    22 °
    22 °
    89 %
    1.1kmh
    100 %
    Mon
    22 °
    Tue
    27 °
    Wed
    26 °
    Thu
    25 °
    Fri
    27 °

    ସମ୍ବନ୍ଧିତ