ବଣାଇ : ଆଦିବାସୀଙ୍କ ଆକ୍ରୋଶ । ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାରେ ଥାନା ଘେରିବା ସହ ଜାତୀୟ ରାଜପଥ ଅବରୋଧ କଲେ ଶହଶହ ଅଦିବାସୀ ମହିଳା ଓ ପୁରୁଷ । ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାର କେ ବଲାଙ୍ଗ ଥାନା ଘେରିବା ସହ ୫୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଶହ ଶହ ଅଦିବାସୀ ।
ଦୁଇ ଦିନ ପୁର୍ବରୁ କେ ବଲାଙ୍ଗ ଥାନା ଅଞ୍ଚଳର ଝାରବେଡ଼ା ଗ୍ରାମର ପାତୁ ମୁଣ୍ଡା କିଛି ଗୋରୁ ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଗୋ ରକ୍ଷକ ନାମରେ କିଛି ଯୁବକ ମାରଣତ୍କ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ଯୁବକ ବର୍ତ୍ତମାନ କେ ବଲାଙ୍ଗ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ଆକ୍ରମଣ କାରୀଙ୍କୁ ଗିରଫ କରାଯାଇ ନାହିଁ । ଯାହାକୁ ନେଇ ଆଜି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶହଶହ ମହିଳା ଓ ପୁରୁଷ ପ୍ରଥମେ ଥାନା ଘେରିବା ପରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଥାନା ଘେରାଉ ବେଳେ ପୋଲିସ୍ ସହ ଠେଲା ପେଲା ପରିସ୍ଥିତି ସୃଷ୍ଠି ହୋଇଥିଲା।
