Monday, May 20, 2024
25.1 C
Odisha

    ଓଡିଶାରେ ହେବନି ମେଣ୍ଟ, ଏକାକୀ ଲଢିବ ବିଜେପି: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ସୋସିଆଲମିଡିଆ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ଲଢିବ ଆଉ ସରକାର କରିବ । ତେବେ ଦୀର୍ଘଦିନ ଧରି ଲାଗି ରହିଥିବା ମେଣ୍ଟ ଚର୍ଚ୍ଚାକୁ ଏବେ ଏହି ପୋଷ୍ଟ ମାଧ୍ୟମରେ ଫର୍ଚ୍ଚା କରିଦେଇଛନ୍ତି ମନମୋହନ ସାମଲ । ମନମୋହନ ସାମଲ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଓଡିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢିବ ଓ ସରକାର ବି କରିବ । ଏଥର ଓଡିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡିଆ ଦାୟିତ୍ୱ ନେଇ ଏହି ନିର୍ବାଚନ ଲଢିବେ ଓ ସରକାର କରିବେ ।

    ଦୀର୍ଘ ହେବ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ରାଜ୍ୟ ବିଜେପିର ବରିଷ୍ଠ ବିଜେପି ନେତାଙ୍କୁ ବାରମ୍ବାର ଦିଲ୍ଲୀକୁ ଡାକରା ଆସୁଥିଲା । ଏହି ଘଟଣା ମେଣ୍ଟ ଚର୍ଚ୍ଚାକୁ ଦ୍ୱିଗୁଣିତ କରୁଥିଲା । ବିଜେପି ମେଂଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ଚାଣକ୍ୟ କୁହାଯାଉଥିିବା ଅମିତ୍ ଶାହାଙ୍କୁ କାଲି ଭେଟିଥିଲେ ରାଜ୍ୟ ବିଜେପି ନେତୃତ୍ୱ । ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନସ ମହାନ୍ତି ଓ ନିର୍ବାଚନ ପ୍ରଭାରୀ ବିଜୟ ପାଲସିଂ ତୋମାର, ଶାହାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ଏହି ସମୟରେ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବା ସହ ରାଜ୍ୟ ରାଜନୀତି ସମ୍ପର୍କରେ ଆଲୋଚନା କରିଥିଲେ ।

    ସେହିପରି ପୂର୍ବରୁ ବିଜେଡି ନେତୃତ୍ୱ ବି ବାରମ୍ବାର ଦିଲ୍ଲୀ ଯାଉଥିଲେ । ଆଉ ଯାହା ମେଣ୍ଟ ଚର୍ଚ୍ଚାକୁ ବଢାଉଥିଲା । କୁହାଯାଉଥିଲା ଉଭୟ ବିଜେଡି ଓ ବିଜେପି ଭିତରେ ସିଟ ଭାଗବଣ୍ଟାକୁ ନେଇ ଅଙ୍କ ଛିଡୁନି । ତେବେ ଏହି ସବୁ ଚର୍ଚ୍ଚା ଭିତରେ ଆଜି ମନମୋହନ ସାମଲ ସୋସିଆଲମିଡିଆରେ ଏନେଇ ସ୍ପଷ୍ଟ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ