Tuesday, November 3, 2026
21.5 C
Odisha

    ଚାଲିଗଲେ ପ୍ରଖ୍ୟାତ ଡାକ୍ତର ଅଶୋକ କୁମାର ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସାବିତ୍‌ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କର ସୋମବାର ପରଲୋକ ଘଟିଛି। ନଭେମ୍ବର ୨ ତାରିଖ ରାତି ୯ଟା ୧୫ ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ମସ୍ତିଷ୍କ କର୍କଟ ରୋଗ ଗ୍ଲାୟୋବ୍ଲାଷ୍ଟୋମାରେ ପୀଡ଼ିତ ଥିଲେ। ଡା ମହାପାତ୍ର ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଥିଲେ। ଏହାସହ  ସେହି ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗର ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ଚିକିତ୍ସା  ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ପୁରୀ ଜିଲ୍ଲାରେ  ୧୯୫୨ ମସିହା ଡିସେମ୍ବର ମାସରେ ଜନ୍ମ ଗ୍ରହଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    89 %
    1.3kmh
    100 %
    Mon
    21 °
    Tue
    27 °
    Wed
    26 °
    Thu
    25 °
    Fri
    27 °

    ସମ୍ବନ୍ଧିତ