Friday, October 18, 2024
22.3 C
Odisha

    ଆଜିଠୁ ଓଡିଆ ସମେତ ୧୨ଟି ଭାଷାରେ ପଞ୍ଚାୟତସ୍ତରରେ ମିଳିବ ପାଣିପାଗ ସୂଚନା

    ଆଗକୁ ପଢନ୍ତୁ

    ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ସଂପର୍କରେ ସଠିକ୍ ସୂଚନା ଦେବାରେ ଦେଶର ବିଶ୍ୱସନୀୟ ସଂଖ୍ୟା । ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି । କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ । ବାତ୍ୟାର ଗତିପଥ କ’ଣ ରହିବ, ତାର ସଠିକ୍ ଆକଳନ କରି ଅନେକ ସମୟରେ ପ୍ରଶଂସା ସାଉଁଟିଛି ଆଇଏମ୍ଡି । ଆଉ ଏହି ସଠିକ୍ ଆକଳନ ଯୋଗୁ ଅନେକ ଧନ ଜୀବନ ରକ୍ଷା ହୋଇପାରିଛି ।ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି । ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହି ୧୫୦ ବର୍ଷ ଭିତରେ ବିଭିନ୍ନ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇ ଚାଲିଛି ଆଇଏମ୍ଡି । ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ । ନିକଟରେ ଫନି, ହୁଡ୍ହୁଡ୍, ଫାଇଲିନ୍ ପରି ବାତ୍ୟା ଦେଖିଛି ଓଡ଼ିଶା । ହେଲେ ପାଣିପାଗ ବିଭାଗର ସଠିକ୍ ଆଗୁଆ ଆକଳନ ପାଇଁ ଏପରି ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା କରାଯାଇପାରିଛି । ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି । ସବୁଠୁ ବଡ଼ କଥା ହେଉଛି, ଏବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି ଜଣେ ଓଡ଼ିଆ । ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍ଡି ଡିଜି ଭାବେ କାର୍ଯ୍ୟରତ । ତାଙ୍କ ନେତୃତ୍ୱରେ ଭାରତୀୟ ପାଣିପାଗ ବିଭାଗ ଅନେକ ନୂଆ ନୂଆ ଗବେଷଣା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    97 %
    1.4kmh
    33 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ