Wednesday, September 30, 2026
28.2 C
Odisha

    ପ୍ରେମିକା ପ୍ରତି ଅଶ୍ଳୀଳ ପୋଷ୍ଟ୍ ପାଇଁ ହତ୍ୟା: ପ୍ରଶଂସକଙ୍କୁ ହତ୍ୟା ମାମଲାର ରହସ୍ୟ ଖୋଲୁଛି

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କନ୍ନଡ ସୁପରଷ୍ଟାର ଦର୍ଶନଙ୍କ ଜଣେ ପ୍ରଶଂସକଙ୍କୁ ବର୍ବର ହତ୍ୟା ଘଟଣା ଏବେ ଦେଶରେ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ। ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ଦର୍ଶନଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କୁ ନେଇ ଅନେକ ଗୁମର ଖୋଲୁଛି। ପବିତ୍ରା ଦର୍ଶନଙ୍କ ପତ୍ନୀ ବୋଲି ମଧ୍ୟ ପ୍ରଚାର ହେଉଥିବା ବେଳେ ସେ କେବଳ ଜଣେ ସହ-କଳାକାର ବୋଲି ଦର୍ଶନଙ୍କ ଓକିଲ ଅନୀଲ ବାବୁ ସ୍ପଷ୍ଟ କରିଛନ୍ତି। ଚିତ୍ରଦୁର୍ଗରେ ରହୁଥିବା ରେଣୁକାସ୍ୱାମୀ(୩୩)ଙ୍କୁ ହତ୍ୟା କରିବା ଅଭିଯୋଗରେ ଦର୍ଶନ ଏବଂ ତାଙ୍କ ପ୍ରେମିକା ପବିତ୍ରା ଗୌଡ଼ାଙ୍କ ସହିତ ଆଉ ୧୪ ଜଣଙ୍କୁ ପୁଲିସ ଗିରଫ କରିଛି।
    ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ରେଣୁକାସ୍ୱାମୀ ଦର୍ଶନଙ୍କ ବଡ଼ ପ୍ରଶଂସକ ଥିଲେ ଏବଂ ସୋସିଆଲ ମିଡିଆରେ ପବିତ୍ରା ଗୌଡାଙ୍କୁ ଲଗାତାର ଅଶ୍ଳୀଳ ଓ ଅପମାନଜନକ ମେସେଜ ପଠାଉଥିଲେ। ପବିତ୍ରା ହିଁ ଦର୍ଶନଙ୍କ ପରିବାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଏବଂ ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ସହିତ ସେ ଅନ୍ୟାୟ କରୁଥିବା ଦର୍ଶାଇ ରେଣୁକାସ୍ବାମୀ ବାରମ୍ବାର ଆପତ୍ତିଜନକ ପୋଷ୍ଟ୍‌ କରୁଥିଲେ। ଏହାପରେ ପବିତ୍ରା ଓ ଦର୍ଶନଙ୍କ ନିର୍ଦ୍ଦେଶକ୍ରମେ ରେଣୁକାସ୍ବାମୀଙ୍କୁ ଅପହରଣ କରି ବେଙ୍ଗାଲୁରୁ ଅଣାଯାଇଥିଲା ଏବଂ ତାଙ୍କୁ ଏକ ପାର୍କିଂ ସେଡ୍‌ରେ ରଖାଯାଇ ଭୀଷଣ ନିର୍ଯାତନା ଦିଆଯାଇଥିଲା। ବିଦୁତ୍‌ ସକ୍‌ ଏବଂ ଲୁହା ରଡ୍‌ରେ ଆକ୍ରମଣ ଯୋଗୁଁ ରେଣୁକାସ୍ବାମୀଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ପବିତ୍ରା ହିଁ ରେଣୁକାସ୍ବାମୀଙ୍କୁ ଅପହରଣ ଓ ପରେ ନର୍ଯାତନା ଦେବାକୁ ଯୋଜନା କରିଥିଲେ ଏବଂ ଏଥିପାଇଁ ଦର୍ଶନଙ୍କୁ ଉସୁକାଇ ଏହାକୁ କାର୍ଯ୍ୟକାରୀ କରିଥିଲେ ବୋଲି କେତେକ ଅଭିଯୁକ୍ତ ଜେରାବେଳେ ପ୍ରକାଶ କରିଛନ୍ତି।

    ଅନ୍ନପୂର୍ଣ୍ଣା ନଗର ଥାନାରେ ଦର୍ଶନଙ୍କ ଓକିଲ ଅନିଲ ବାବୁ ଗଣମାଧ୍ୟମକୁ କହିଛନ୍ତି, ଗିରଫ ହେବା ପରେ ମୁଁ ଦର୍ଶନଙ୍କୁ ଦୁଇ ଥର ଭେଟିଛି। ମୁଁ ଦର୍ଶନଙ୍କ ପତ୍ନୀ, ଶ୍ୱଶୁର ଓ ପରିବାର ସଦସ୍ୟଙ୍କ ଜରିଆରେ ପ୍ରତିନିଧିତ୍ୱ କରୁଛି। ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦୁଃଖିତ ଅଛନ୍ତି, କାରଣ କେତେକ ଗଣମାଧ୍ୟମ ପବିତ୍ରା ଗୌଡାଙ୍କୁ ଦର୍ଶନଙ୍କ ପତ୍ନୀ ଭାବେ ଚିତ୍ରଣ କରୁଛନ୍ତି । ଅନୀଲ ବାବୁଙ୍କ କହିବା ଅନୁଯାୟୀ, ବିଜୟଲକ୍ଷ୍ମୀ ଗଣମାଧ୍ୟମ ଏବଂ କର୍ଣ୍ଣାଟକବାସୀଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ସେ ଏକମାତ୍ର ଆଇନଗତ ଭାବେ ଦର୍ଶନଙ୍କ ବିବାହିତ ପତ୍ନୀ ଏବଂ ତାଙ୍କ ବ୍ୟତୀତ ଆଉ କେହି ପତ୍ନୀ ନାହାନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ସହ କଳାକାର ଏବଂ ବନ୍ଧୁ ଏବଂ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଦର୍ଶନଙ୍କ ଓକିଲ କହିଛନ୍ତି। ପୁଲିସ ଓ କର୍ତ୍ତୃପକ୍ଷ ପବିତ୍ରା ଗୌଡ଼ାଙ୍କୁ ଦର୍ଶନଙ୍କ ପତ୍ନୀ ବୋଲି ସମ୍ବୋଧନ କରୁଥିବା ସମ୍ପର୍କରେ ପଚରାଯିବାରୁ ଅନିଲ ବାବୁ କହିଛନ୍ତି ଯେ ବୋଧହୁଏ ସେମାନେ ଭୁଲରେ ଏପରି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ