Friday, April 25, 2025
42.7 C
Odisha

    ଜାନୁଆରି ୨୧ ଓ ୨୭ରେ ହେବ ସ୍ଥଗିତ ରହିଥିବା ୟୁଜିସି ନେଟ୍ ପରୀକ୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାନୁଆରି ୧୫ରେ ସ୍ଥଗିତ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ଆସନ୍ତା ଜାନୁଆରି ୨୧ ଓ ୨୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅପଡେଟ୍ ହୋଇଥିବା ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର ୟୁଜିସି ନେଟ୍ ୱେବସାଇଟ୍ ugcnet.nta.ac.in ଉପଲବ୍ଧ ହେବ।
    ସୂଚନାଯୋଗ୍ୟ ଯେ ଜାନୁଆରି ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୋମବାର ରାତିରେ ଘୋଷଣା କରିଥିଲା ଏନଟିଏ । ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ୧୩ ଜାନୁଆରୀ ୨୦୨୫ରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏ ସଂକ୍ରାନ୍ତରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲା। ନୋଟିସରେ କୁହାଯାଇଥିଲା ଯେ ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଜାନୁଆରି ୧୫ର ୟୁଜିସି-ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ଜାନୁଆରି ୧୬ ରେ ହେବାକୁ ଥିବା ୟୁଜୁସି ନେଟ ପରୀକ୍ଷା ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ ।
    ଏନଟିଏର ମୂଳ କାର୍ଯ୍ୟକ୍ରମ ଅନୁସାରେ ୟୁଜିସି ନେଟ ପରୀକ୍ଷା ଜାନୁଆରି ୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ୮୫ଟି ବିଷୟରେ ଅନୁଷ୍ଠିତ ହେଉଛି । କେବଳ ୧୫ ତାରିଖର ପରୀକ୍ଷାକୁ ୨୧ ଓ ୨୭କୁ ଘୁ୍ଞ୍ଚାଯାଇଛି । ତାରିଖ ଘୁଞ୍ଚାଇବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅନୁରୋଧ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.7 ° C
    42.7 °
    42.7 °
    8 %
    4.2kmh
    1 %
    Fri
    43 °
    Sat
    43 °
    Sun
    40 °
    Mon
    40 °
    Tue
    41 °

    ସମ୍ବନ୍ଧିତ