Saturday, April 19, 2025
30.7 C
Odisha

    ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା : ବିଜେଡିର ୨୧, ବିଜେପିର ୧୬ ଆସନ ଓ କଂଗ୍ରେସର ୨୨ଟି ଆସନରେ ଦେଇନାହାନ୍ତି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି । କିନ୍ତୁ ଏବେବି ଅନେକ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା ହୋଇପାରେ । ଓଡିଶାରେ ମେ’ ୧୩ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହାପରେ ମେ’ ୨୦, ୨୫, ଓ ଜୁନ୍ ୧ ଏମିତି ୪ଟି ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ । କିନ୍ତୁ ଏଯାଏଁ ଏମିତି ଅନେକ ଆସନ ରହିଛି ଯେଉଁଠି ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ।
    ବିଜେଡି ଏପର୍ଯ୍ୟନ୍ତ ୧୨୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୨୧ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସେହିପରି ବିଜେପି ୧୩୧ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବାକି ଅଛି ଆଉ ୧୬ଟି ଆସନ । କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ୨୨ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    39 %
    2.4kmh
    39 %
    Sat
    31 °
    Sun
    42 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ