Tuesday, April 7, 2026
24.4 C
Odisha

    ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା, ୧୦ଜଣଙ୍କ ଜାମିନ ଆବେଦନ ସ୍ଥଗିତ ରଖିଲେ ଏସଡିଜେଏମ କୋର୍ଟ

    ଆଗକୁ ପଢନ୍ତୁ

    ଧର୍ମଶାଳା : ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ।  ଯାଜପୁର ଟାଉନ ଥାନାରୁ ସିସିଟିଭି ଫୁଟେଜ ଯାଞ୍ଚ ସହ ଯାଜପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ।  ଗିରଫ ୧୦ଜଣଙ୍କ ଜାମିନ ପାଇଁ କୋର୍ଟରେ ହାଜର କରାଯାଇଥିବା ବେଳେ ଆବେଦନକୁ ସ୍ଥଗିତ ରଖାଯାଇଛି।ମାମଲାର ଅଗ୍ରଗତି ସହ ତଦନ୍ତ ଏବଂ ଇନଜୁରି ରିପୋର୍ଟ ସହ ସିଡି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ବିରଜା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁରୁଣା ଡିପିଆରରେ କାମ କରିବାକୁ ଦାବି କରିଛନ୍ତି ବିଧାୟିକା ସୁଜାତା ସାହୁ ।

    ୨୦ତାରିଖରେ ସଦର ଥାନା ଅଞ୍ଚଳର ବୁଢ଼ାଘାଟ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ୪୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ରୁଜୁ ହୋଇଥିଲା ମାମଲା। ଏହି ମାମଲାରେ ପୋଲିସ ୧୪ଜଣଙ୍କୁ ଗିରଫ କରି ଜିଲ୍ଲା ଜେଲକୁ ପଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ