Tuesday, September 29, 2026
22.7 C
Odisha

    କ’ଣ ଆପଣ ଆବଶ୍ୟକତା ଠାରୁ କମ କିମ୍ବା ଅଧିକ ଶୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଆପଣମାନେ ଯଦି କମ ଶୋଉଛନ୍ତି କିମ୍ବା ଆବଶ୍ୟକତା ଠାରୁ ଅଧିକ ଶୋଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏପରି କରିବା ଦ୍ବାରା ହାର୍ଟଆଟାକ ହେବାର ଭୟ ରହିଥାଏ। ଏକ ନୂତନ ଅଧ୍ଯୟନରୁ ଏହି କଥା ସାମ୍ନାକୁ ଆସିଛି। ଅଧ୍ଯୟନ ଅନୁଯାୟୀ ଯଦି ଆପଣ ୧୦ ଘଣ୍ଟାରୁ ଅଧିକ ଶୋଉଥାନ୍ତି ତେବେ ଆପଣଙ୍କୁ ହାର୍ଟଆଟାକ ହେବାର ଭୟ ଦୁଇ ଗୁଣ ବଢିଯାଇଥାଏ। ସେହିପରି ଅଧ୍ଯୟନ ଅନୁଯାୟୀ ଯଦି ଆପଣ ରାତିରେ ୫ ଘଣ୍ଟାରୁ କମ ଶୁଅନ୍ତି ତେବେ ମଧ୍ଯ ୫୨ ପ୍ରତିଶତ ହାର୍ଟଆଟାକ ହେବାର ସମ୍ଭାବନା ରହିଥାଏ।

    ଏହି ଅଧ୍ଯୟନ ଆମେରିକୀ କଲେଜର କାର୍ଡିୟୋଲୋଜି ଜର୍ଣ୍ଣଲରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଧୂମପାନ କରୁନଥିବା ଏବଂ ଏକ୍ସରସାଇଜ୍ କରୁଥିବା ଲୋକମାନେ ଯଦି କମ ଶୋଇଥାନ୍ତି କିମ୍ବା ଆବଶ୍ଯକତା ଠାରୁ ଅଧିକ ଶୋଇଥାନ୍ତି ତେବେ ସେମାନଙ୍କୁ ମଧ୍ଯ ହାର୍ଟଆକାଟ ହେବାର ଭୟ ରହିଥାଏ। ଏହା ୪୬୦,୦୦୦ରୁ ଅଧିକ ବ୍ରିଟିଶ ଲୋକମାନଙ୍କ ଉପରେ ଅଧ୍ଯୟନ କରାଯାଇଛି। ଅଧ୍ଯୟନ ଅନୁଯାୟୀ ଆପଣମାନେ ହୃଦ ରୋଗ ଜନୀତ ସମସ୍ଯାରୁ ବଞ୍ଚିବାକୁ ଚାହୁଁଥିଲେ ୬ ରୁ ୯ ଘଣ୍ଟା ଶୋଇବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ