Wednesday, October 15, 2025
28.7 C
Odisha

    ବାପାଙ୍କୁ ଛୁରୀରେ ଭୁସି ହତ୍ୟା କଲା ପୁଅ

    ଆଗକୁ ପଢନ୍ତୁ

    ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ବୀଭତ୍ସ ଭାବେ ହତ୍ୟା କଲା ପୁଅ । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ଜମି ଜମା ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାବେଳେ, ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ହତ୍ୟାକାରୀ ପୁଅ ଜଣକ ଗୋଟିଏ ଲ’ କଲେଜର ପ୍ରଫେସର ଅଟନ୍ତି । ଏପରିକି ସେ ଜଣେ ଓକିଲ ବୋଲି ମଧ୍ୟ ସୂଚନା ମିଳୁଛି । ହେଲେ ଆଇନର ରକ୍ଷାକାରୀ ହେଇ, ସେ ନିଜେ ଆଇନକୁ ହାତକୁ ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ଏହି ଅଘଟଣ ଘଟିଛି । ଆଉ ସାମାନ୍ୟ ବଚସାରୁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ତେବେ ଛୁରୀ ଭୁସିବା ପରେ ହସ୍ପିଟାଲ ନେବା ବାଟରେ ବାପାଙ୍କ ମୃତ୍ୟୁ ହେଇଥିବା ନେଇ କୁହାଯାଉଛି ।

    ×

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    62 %
    1.4kmh
    8 %
    Wed
    28 °
    Thu
    30 °
    Fri
    29 °
    Sat
    29 °
    Sun
    29 °

    ସମ୍ବନ୍ଧିତ