Monday, March 30, 2026
27.4 C
Odisha

    ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ

    ଆଗକୁ ପଢନ୍ତୁ

    ରାଜ୍ୟରେ ୨ ହଜାର ୯୮ ହାତୀ ଓ ୨୭ଟି ମହାବଳ ବାଘ ଅଛନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬ ଓ ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ଅଛନ୍ତି।

    ମନ୍ତ୍ରୀ ଆହୁରି କହିଛନ୍ତି, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି। ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ ଅଛନ୍ତି। ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶାଗତ ପକ୍ଷୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।ଏଥିସହ ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି । ଚଳିତ 2024-25 ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି ବୋଲି ତଥ୍ୟ ରଖିଥିଲେ ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ