Thursday, April 9, 2026
27.5 C
Odisha

    ଥାଇରଏଡ ସମସ୍ୟାକୁ ରୋକିଥାଏ ଏହି ସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଥାଇରଏଡ୍ ଅନ୍ୟତମ। ବିଶେଷ କରି ଶୀତ ଦିନରେ ଥାଇରଏଡର ପ୍ରଭାବ ଅଧିକ ଦେଖାଦିଏ। ଔଷଧ ସେବନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ, ତଥାପି କେତେକ ଖାଦ୍ୟ ଅଛି, ଯାହା ଥାଇରଏଡକୁ ନିୟନ୍ତ୍ରଣ କରିପାରିବ। କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ…

    ଧଣିଆ ମଞ୍ଜି 
    ଥାଇରଏଡ ରୋଗୀଙ୍କ ପାଇଁ ଧଣିଆ ମଞ୍ଜି ଉପକାରୀ ହୋଇପାରେ। କାରଣ ଏଥିରେ ଭିଟାମିନ୍ ଏ, ସି, କେ ଏବଂ ଫୋଲେଟ୍ ରହିଥାଏ, ଯାହା ଥାଇରଏଡକୁ ସୁସ୍ଥ ରଖିପାରେ। ଗୋଟିଏ ଚାମଚ ଧଣିଆ ମଞ୍ଜିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଥାଇରଏଡ ସମସ୍ୟା ଦୂର ହୋଇପାରେ।

    ଅଅଁଳା
    ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିର ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ।

    ନଡ଼ିଆ 
    ଥାଇରଏଡ୍ ରୋଗୀଙ୍କ ପାଇଁ ନଡ଼ିଆ ଖାଇବା ଲାଭଦାୟକ ହୋଇପାରେ, କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

    ସଜନା
    ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ।

    କଖାରୁ ମଞ୍ଜି 
    କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ। ଜିଙ୍କ ଶରୀରରେ ଥାଇରଏଡ୍ ହରମନର ସନ୍ତୁଳନ ବଜାୟ ରଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ