Tuesday, September 29, 2026
24.9 C
Odisha

    ତିନୋଟି ପ୍ରମୁଖ ପରୀକ୍ଷା ବାତିଲ, ଗୋଟିଏ ପେପର ଲିକ୍: ଅସହାୟ ମୋଦୀ ଏହା ଦେଖିବାକୁ ବାଧ୍ୟ ବୋଲି କଟାକ୍ଷ କଲେ ପ୍ରିୟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ପେପର ଲିକ୍ ପ୍ରସଙ୍ଗ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗଳାରେ କଣ୍ଟା ପାଲଟିଛି। ଏହି ପ୍ରସଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଣ୍ଟି-ପେପର ଲିକ୍ ଆଇନ ବ୍ୟବହାର କରୁଛନ୍ତି ଏବଂ ସିବିଆଇ ଦ୍ୱାରା ପେପର ଲିକ୍ ମାମଲାର ଅନୁସନ୍ଧାନ କରୁଛନ୍ତି। ବିରୋଧୀ ଦଳ ମଧ୍ୟ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ପ୍ରସଙ୍ଗରେ କହିଛନ୍ତି ବିଜେପି ଶାସନରେ ସମଗ୍ର ଶିକ୍ଷା ବ୍ୟବସ୍ଥା ମାଫିଆ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

    ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ଯୋଗାଯୋଗ ମୁଖ୍ୟ ସୁଶୀଲ ଆନନ୍ଦ ଗୁପ୍ତା ନିଟ୍ ଅନିୟମିତତା ଉପରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଶୀଲ ଆନନ୍ଦ କହିଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ନିଟ୍ ପରୀକ୍ଷା ପେପର ଲିକ୍ ହେବା ନେଇ ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ମୋଦୀ ସରକାର ନିଶ୍ଚିତ କରନ୍ତୁ ଯେ ପରୀକ୍ଷା ବାତିଲ ହୋଇଛି। ପରୀକ୍ଷା ବାତିଲ ହେବାର ୧୦ ଦିନ ମଧ୍ୟରେ ପେପର ପ୍ରସତୁ କରାଯିବା ଉଚିତ।

    ସରକାରଙ୍କ କାର୍ଯ୍ୟକଳାପରୁ ଏହା ଜଣାପଡିଛି ଯେ ଏକ ବଡ଼ ଧରଣର ବିଶୃଙ୍ଖଳା ହୋଇଛି। ନିଟ୍‌ର ଜନମତକୁ ନେଇ କେନ୍ଦ୍ର ସରକାର ଚିନ୍ତିତ, ତେଣୁ ସରକାର ନିଟ୍ ପିଜି ପରୀକ୍ଷାକୁ ବାତିଲ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ନିଟ୍ ୟୁଜି ପରୀକ୍ଷାକୁ ବାତିଲ କରିନାହାନ୍ତି । ପ୍ରିୟଙ୍କା କହିଛନ୍ତି ଯେ ଯଦି ପରୀକ୍ଷା ପେପର ବାତିଲ ନହୁଏ ତେବେ ପରୀକ୍ଷାର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିବ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ରହିବ।

    ଲୋଭୀ ଏବଂ ଚାଟୁକାର ଭଳି କାର୍ଯ୍ୟ କରୁଥିବ‌ୋ ଅଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଦେଶର ଶିକ୍ଷା ବ୍ୟବସ୍ଥା ତଥା ପିଲାମାନଙ୍କର ଭବିଷ୍ୟତକୁ ହସ୍ତାନ୍ତର କରି ରାଜନୈତିକ ଜିଦ୍ ଏବଂ ଅହଂକାର ଯୋଗୁ ପେପର ଲିକ୍, ପରୀକ୍ଷା ବାତିଲ, କ୍ୟାମ୍ପସରେ ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ପ୍ରଭୃତି ଜାରି ରହିଛି। ଶିକ୍ଷା କ୍ଷେତ୍ରରେ ରାଜନୈତିକ ଅହଂକାର ସିଷ୍ଟମର ପରିଚୟ ପାଲଟିଛି ।

    ପରିସ୍ଥିତି ଏପରି ହୋଇଛି ଯେ ବିଜେପି ସରକାର ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା କରିପାରୁ ନାହିଁ। ଆଜି ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିଜେପି ସରକାର ବଡ ପ୍ରତିବନ୍ଧକ ପାଲଟିଛି। ଦେଶର ଦକ୍ଷ ଯୁବବର୍ଗମାନେ ବିଜେପିର ଦୁର୍ନୀତି ବିରୋଧରେ ଲଢ଼ି଼ବାରେ ନିଜର ମୂଲ୍ୟବାନ ସମୟ ଏବଂ ଶକ୍ତି ନଷ୍ଟ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସହାୟ ଭାବେ ଏହା ଦେଖିବାକୁ ବାଧ୍ୟ ହେଉଛନ୍ତି। ସେ ନୀରବତା ଅବଲମ୍ବନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ