Thursday, March 12, 2026
36.2 C
Odisha

    ଭାଇ-ଭାଉଜଙ୍କୁ ହତ୍ୟ: ସ୍ତ୍ରୀ ଓ ପୁଅ ସମେତ ସାନଭାଇକୁ ଗିରଫ କଲା ପୁଲିସ

    ଆଗକୁ ପଢନ୍ତୁ

    ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡା ଗ୍ରାମରେ ବୁଧବାର ଦିନ ସକାଳୁ ସ୍ବାମୀ-ସ୍ତ୍ରୀଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରିଛି। ଏଥି ସହିତ ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷ ବୋତଲ ଓ ଏକ ବାଇକ ଜବତ କରିଛି। ତିନି ଅଭିଯୁକ୍ତ ହେଲେ ଭୋବନୀ ପାତ୍ର, ତାର ସ୍ତ୍ରୀ ରଞ୍ଜିତା ପାତ୍ର ଓ ପୁଅ ପପୁନ ପାତ୍ର। ସେମାନଙ୍କ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି। ମୃତକଙ୍କ ପୁଅ ସନ୍ତୋଷ ପାତ୍ରଙ୍କ ଅଭିଯୋଗ ପରେ ଆସିକା ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬/୧୧୫(୨),୭୪/୧୦୩(୧)/୩୫୧(୩)/୩(୫) ଆର୍ମସ ଆକ୍ଟ ୨୬(୧)(କ)ରେ ମାମଲା ରୁକୁ କରିଛି। ଆସିକା, ହିଂଜିଲି, ବଡ଼ଗଡ଼, କୋଟିନଡ଼ା, ସେରଗଡ଼ ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଆସିକା ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଜମି ପାଇଁ ଦୁଇଭାଇ ମଧ୍ୟରେ ଥିବା ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ଶ୍ରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
    ଆସିକା ଥାନା ପୁଲିସ କହିଛି, ଆଜି ପୂର୍ବାହ୍ନରେ ସମେଇଗୁଡା ଗ୍ରାମ ନିକଟ କନ୍ଧପଦର ଜମିରେ ଦୁଇ ଭାଇ ରାଜୁ ପାତ୍ର ଓ ଭୋବନୀ ମଧ୍ୟରେ ଜମିବାଡ଼ ଶତ୍ରୁତା କାରଣରୁ ଯୁକ୍ତିତର୍କ ହୋଇଥିଲା। ରାଜୁ ପାତ୍ରଙ୍କୁ ପୂର୍ବରୁ ଭୋବନୀ ପାତ୍ରର ପୁଅ ପୁପୁନ ବହୁବାର ହତ୍ୟା ଧମକ ଦେଇଥିଲା। ସେ ଆଜି ସକାଳୁ ମଧ୍ୟ ଚାଷ ଜମିରେ ବଚସା କରିଥିଲା। ପୂର୍ବାହ୍ନ ପ୍ରାୟ ୯ଟା ବେଳକୁ ଜମିରେ ଅନ୍ୟ କେହି ନଥିବା ଦେଖି ରାଜୁ ପାତ୍ରଙ୍କୁ ସାନ ଭାଇ ଭୋବନୀ, ଭାଇବୋହୁ ରଞ୍ଜିତା ଓ ପୁତୁରା ପ୍ସପୁନ ମିଳିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଅତି ନିଷ୍ଠୁରତାର ସହିତ ଛୁରୀ ଭୂସି ଥିଲେ ଓ ଗଳା କାଟି ଦେଇଥିଲେ। ସେହିସ୍ଥାନରେ ରାଜୁଙ୍କ ସ୍ତ୍ରୀ ଲଷ୍ମୀ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ତାଙ୍କୁ ମଧ୍ୟ ପିଟିପିଟି ପିଟି ଓ ବିଷ ପିଆଇ ଥିଲେ। ଘଟଣାସ୍ଥଳରେ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ନିଆଯାଇଥିଲା। ସେଠାରେ ଲକ୍ଷ୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ