Tuesday, March 17, 2026
25.4 C
Odisha

    ବାହାନଗା ରେଳ ଦୁର୍ଘଟଣା: ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

    ଆଗକୁ ପଢନ୍ତୁ

    କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ତିନି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନି ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ତିନି ‌ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
    ମାମଲାର ବିବରଣୀରୁ ପ୍ରକାଶ ଯେ ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ଟେକନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ସିବିଆଇ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨(ପାର୍ଟ-୨), ୨୦୧, ୩୪ ଓ ରେଲୱେ ଆକ୍ଟର ଧାରା ୧୩ରେ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।
    ଏଠାରେ ସୂଚନାଯୋଗ୍ୟ ଯେ ୨୦୨୩, ଜୁନ ୨ ସଂଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନରେ ଏହି ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା। ଏଥିରେ ୨୯୬ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ପ୍ରାୟ ୧୨୦୦ ଜଣ ଆହତ ହୋଇଥିଲେ। ଶ୍ରୀ ମହନ୍ତଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା, ଶ୍ରୀ ଖାନଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର କେଦାରନାଥ ତ୍ରିପାଠୀ ଓ ଶ୍ରୀ କୁମାରଙ୍କ ତରଫରୁ ଆଇନଜୀବୀ ଅଭିଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ