Friday, September 18, 2026
25 C
Odisha

    ଜାତୀୟତାବାଦ, ରାଷ୍ଟ୍ରବାଦ ଓ ଦେଶପ୍ରେମ ଜାଗ୍ରତ କରିଥାଏ ତ୍ରିରଙ୍ଗା : ଅଭିଳାଷ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୩/୦୮: ଦେଶ ଏବେ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରି ଦେଶବାସୀଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ପକ୍ଷରୁ ଅଗଷ୍ଟ ୧୧ ରୁ ୧୪ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମେ କଟକସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମପୀଠରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସେଠାରୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତ୍ରିରଙ୍ଗା ପଦଯାତ୍ରା କରି ତେଲେଙ୍ଗା ବଜାରସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେପି କଟକ ଜିଲ୍ଲା ପ୍ରଭାରୀ ଡ. ଯତିନ ମହାନ୍ତି ଯୋଗ ଦେଇଥିଲେ ।
    ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଜାତୀୟ ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତଙ୍କର ଦାୟୀତ୍ୱ । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ବିଜେପି ଯୁବମୋର୍ଚ୍ଚାର ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
    ଏହାପରେ କଟକର ଚାନ୍ଦିନୀ ଚୌକସ୍ଥିତ ଭେଲଭ୍ୟୁ ଛକରୁ ଭୁବନେଶ୍ୱରର କଳ୍ପନାଛକ ପର୍ଯ୍ୟନ୍ତ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କଳ୍ପନା ଛକଠାରେ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ମାଲ୍ୟାର୍ପଣ କରି ଶୋଭାଯାତ୍ରା ସମାପନ କରିଥିଲେ । ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତା ଓ ଜନସାଧାରଣ ହାତରେ ତ୍ରିରଙ୍ଗା ପତାକା ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ । କେତେଜଣ ଯୁବ କର୍ମକର୍ତା ଯବାନ ବେଶ ଓ ଭାରତ ମାତା ବେଶରେ ନୃତ୍ୟ ପରିବେଷଣ କରି ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରବାଦ ଜାଗ୍ରତ କରିଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି ।
    ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର, ପ୍ରକାଶ ମଲ୍ଲିକ, ରାଜ୍ୟ ସମ୍ପାଦକ ଗଗନ ଓଝା, ଜୀବନ ରାଉତ, ସୁବତ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ ଓ କଟକ ଜିଲ୍ଲା ସଭାପତି ନଳିନୀକାନ୍ତ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ