Wednesday, October 23, 2024
21.7 C
Odisha

    ଟ୍ରାନ୍ସଫର୍ମର ପୋଡ଼ିଗଲା; ଅନ୍ଧାରରେ ବ୍ରହ୍ମାସାଧୁବାହାଳ ଗ୍ରାମ

    ଆଗକୁ ପଢନ୍ତୁ

    ଦେବଗଡ଼ : ତିଲେଇବଣି ବ୍ଲକ୍ ବଡ଼ଛାପଲ ପଞ୍ଚାୟତ ଅଧୀନ ବ୍ରହ୍ମାସାଧୁବାହାଳ ଗ୍ରାମରେ ଟ୍ରାନ୍ସଫର୍ମର ପୋଡ଼ିଯିବା ଯୋଗୁଁ ଗ୍ରାମବାସୀ ଗତ ୫ ଦିନ ଧରି ଅନ୍ଧାର ରହିଛନ୍ତି । ଗ୍ରାମରେ ଏକ ନୂତନ ଟ୍ରାନ୍ସଫର୍ମର ବସାଇବା ସହିତ ଗ୍ରାମରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଆଜି ଟିପିଡବ୍ଲୁଓଡିଏଲ ନିର୍ବାହୀଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଯୁବ ନେତା ସୁଧିର ବ୍ରହ୍ମା, ଚିନ୍ମୟ ଦେହୁରୀ, ବଳରାମ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ବ୍ରହ୍ମାସାଧୁବାହାଳ ଗ୍ରାମରେ କୌଣସି କାରଣରୁ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି । ଉକ୍ତ ଟ୍ରାନ୍ସଫର୍ମର ଉପରେ ୪୫ରୁ ଊଦ୍ଦ୍ୱର୍ ବିଦ୍ୟୁତ ଉପଭୋକ୍ତା ନିର୍ଭର କରୁଥିଲେ । ବର୍ତ୍ତମାନ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ବିଦ୍ୟୁତ ସଂଯୋଗ ନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ