Saturday, October 3, 2026
23.6 C
Odisha

    ଟ୍ରାଫିକ ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟ୍ରାଫିକ ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ ଓ ନହେଲେ ସିଧା ଯିବେ ଜେଲ। ଏଣିକି କମିଶନରେଟ ପୁଲିସ ସ୍କାନରରେ ୟେଲୋ ଲାଇଟ ମାନୁ ନ ଥିବା ଗାଡ଼ି ଚାଳକ। ଯଦି ୟେଲୋ ଲାଇଟ ଥାଇ ଟ୍ରାଫିକରେ ଗାଡ଼ି କ୍ରସ କରନ୍ତି ତାହେଲେ ମୋଟା ଅଙ୍କର ଜରିମାନା ସହ ଭୋଗିବେ ଜେଲ ଦଣ୍ଡ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଜୋରଦାର ବ୍ଲକିଙ୍ଗ ଓ ଚେକିଂ ସହ ଗଣ ମାଧ୍ୟମକୁ ଅବଗତ କରିଛି ଟ୍ରାଫିକ ପୁଲିସ। ଭୁବନେଶ୍ୱର କମିଶନରେଟ ପୁଲିସ ସ୍କାନରରେ ଗାଡ଼ି ଚାଳକ। ଏ ନେଇ ଭୁବନେଶ୍ୱର ଏଜି ଛକ, ନାଲକୋ ଛକ, ଖଣ୍ଡଗିରି, କଳ୍ପନା ଛଳ, ରସୁଲଗଡ଼, ଆଚାର୍ଯ୍ୟବିହାର, ବାଣୀବିହାର, ଶିଶୁ ଭବନ ଛକ, ଜୟଦେବ ବିହାର, ନାଲକୋ ଛକ, ଡମଣା, କିଟ ଛକ, ପୋଖରୀପୁଟ, କଳିଙ୍ଗ ନଗର ଆଦି ଛକରେ ଜୋରଦାର ଚେକିଂ କରିବା ଆରମ୍ବ କମିଶନରେଟ ପୁଲିସ। ଏ ନେଇ ଆଜି ପୁଲିସର ଜୋରଦାର ଚେକିଂ ଆରମ୍ବ ହୋଇଛି। ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଚେକିଂ ପରେ ରେଡ ଲାଇନ ଜମ୍ପ ଚେକିଂକୁ ଆଗକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି। ସେପଟେ ସାଧାରଣଲେର ଟ୍ରାଫିକ ପୁଲିସର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବହୁ ଜୀବନ ବଞ୍ଚିଯିବି ବୋଲି ଗାଡ଼ି ଚାଳକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ