Wednesday, April 8, 2026
23.9 C
Odisha

    ତ୍ରିପୁରା ବନ୍ୟା: ଆଶ୍ରୟସ୍ଥଳରେ ୫୩ ହଜାର ପ୍ରଭାବିତ

    ଆଗକୁ ପଢନ୍ତୁ

    ଅଗରତାଲା: ତ୍ରିପୁରାରେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ହ୍ରାସ ପାଇନାହିଁ। ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ କମିନଥିବାରୁ ଆଶ୍ରୟସ୍ଥଳରେ ଏବେ ବି ୫୩ହଜାର ଲୋକ ରହିଛନ୍ତି। ତ୍ରିପୁରାରେ ଅଗଷ୍ଟ ୧୯ରୁ ୨୩ ତାରିଖ ମଧ୍ୟରେ ଲଗାଣ ବର୍ଷା ହୋଇଥିଲା। ଫଳରେ ଗୋମତି ନଦୀ ସମେତ ଶାଖା ନଦୀରେ ବନ୍ୟା ବିତ୍ପାତ ସୃଷ୍ଟି ‌ହୋଇଥିଲା। ଗତକାଲି ରାଜ୍ୟ ବିପର୍ଯ୍ୟୟ ପରିଚଳନା, ରିଲିଫ୍‌ ଓ ଥଇଥାନ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ବର୍ତ୍ତମାନ ମଧ୍ୟ ୩୬୯ଟି ରିଲିଫ୍‌ କ୍ୟାମ୍ପ୍‌ ଚାଲିଛି। ଏଥିରେ ୫୩ ହଜାର ୩୫୬ ଜଣ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ଆବଶ୍ୟକ ଖାଦ୍ୟ ପ୍ୟାକେଟ୍‌ ପ୍ରଦାନ କରାଯାଇଥିବା ବେଳେ ପାନୀୟ ଜଳ, ଔଷଧ, ଚିକିତ୍ସା ଆଦି ଆବଶ୍ୟକ ସୁବିଧା ପ୍ରଦାନ କରାଯାଉଛି। ସୋନାମୁରା ଠାରେ ଗୋମତି ନଦୀର ଜଳ ବିପଦ ସଙ୍କେତଠାରୁ ନିମ୍ନରେ ପ୍ରବାହିତ ହେଉଛି, ତଥାପି ବନ୍ୟାସ୍ଥିତିରେ ସୁଧାର ହୋଇନାହିଁ। ସର୍ବାଧିକ କ୍ଷତିଗ୍ରସ୍ତ ଗୋପତି ଓ ସେପାହିଜାଲା ଜିଲ୍ଲାରେ ୩ଟି ଏସ୍‌ଡିଆର୍‌ଏଫ୍‌ ଓ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ଅଛନ୍ତି। ସେମାନଙ୍କୁ ସିଭିଲ୍‌ ଡିଫେନ୍‌ସ ଓ ‘ଆପଦାମିତ୍ର’ର ୫୦୦ ସ୍ବେଚ୍ଛାସେବୀ ସହାୟତା କରୁଛନ୍ତି। ବନ୍ୟା କ୍ଷୟକ୍ଷତି ନେଇ ଆକଳନ ଚାଲିଛି ଏବଂ ଖୁବ୍‌ଶୀଘ୍ର କେନ୍ଦ୍ରକୁ ରିପୋର୍ଟ ପଠାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ