Wednesday, February 26, 2025
17.8 C
Odisha

BSKY ତାଲିକାରୁ ‘ତ୍ରିସା’ ହସ୍ପିଟାଲ ବାଦ୍, ଅଗ୍ନିକାଣ୍ଡ ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ

ଆଗକୁ ପଢନ୍ତୁ

କଟକ : BSKY ତାଲିକାରୁ କଟକ ‘ତ୍ରିସା’ ହସ୍ପିଟାଲ ବାଦ୍ । ଅଗ୍ନିକାଣ୍ଡ ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ । ଆଜି ଡିଏମଇଟିଙ୍କ ଏକ ୩ ଜଣିଆ ଟିମ୍ ଘରୋଇ ହସପିଟାଲରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଥିଲେ । ଆବଶ୍ୟକ ଭିତ୍ତିଭୂମିରେ କୌଣସି ତ୍ରୁଟି କିମ୍ବା ଅଭାବ ରହିଥିଲା କି ନାହିଁ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ।

ସ୍ବାସ୍ଥ୍ଯ ବିଭାଗ ଏବଂ ଫାୟାର ଡିଜିଙ୍କୁ ନେଇ ଏକ ସମନ୍ବୟ କମିଟି ହେବା ପରେ ସବୁ ହସପିଟାଲ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି ।  ସେପଟେ ଅଗ୍ନିକାଣ୍ଡ ପରେ ସ୍ଥାନାନ୍ତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟ ସଚିବଙ୍କ ସହ ଏସସିବି ଓ ଶିଶୁ ଭବନ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଗତକାଲି ତ୍ରିସା ହସ୍ପିଟାଲରେ ନିଆଁ ଲାଗିଯିବାରୁ ୪୫ରୁ ଅଧିକ ରୋଗୀଙ୍କୁ ଏସସିବି, ଶିଶୁ ଭବନ ଓ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିକୁ ସ୍ଥାନାନ୍ତର ହୋଇ ଥିବା ୧୭ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଶିଶୁ ଭବନକୁ ୧୭ ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଥିଲ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତ୍ୱର ରହିଛି । ଜଣେ ଶିଶୁର ମୃତ୍ୟୁ ଘଟିଛି । ୨ ଜଣଙ୍କୁ ଡିସଚାର୍ଜ କରାଯାଇଛି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
17.8 ° C
17.8 °
17.8 °
61 %
1.5kmh
0 %
Wed
33 °
Thu
34 °
Fri
37 °
Sat
38 °
Sun
38 °

ସମ୍ବନ୍ଧିତ