Tuesday, March 31, 2026
26.8 C
Odisha

    ଖାଲିସ୍ତାନୀଙ୍କୁ ନେଇ ସତ୍ୟ ସ୍ବୀକାର କଲେ ଟ୍ରୁଡୋ

    ଆଗକୁ ପଢନ୍ତୁ

    ଅଟୱା: ଭାରତ ସହ କୂଟନୈତିକ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମ ଥର ପାଇଁ ତାଙ୍କ ଦେଶରେ ଖାଲିସ୍ତାନୀମାନେ ଉପସ୍ଥିତ ଥିବା ସ୍ୱୀକାର କରିଛନ୍ତି। ଭାରତ ଦୀର୍ଘ ଦିନ ଧରି ଭାରତ ବିରୋଧୀ ଉଗ୍ରବାଦୀଙ୍କୁ କାନାଡାରେ ଆଶ୍ରୟ ଦିଆଯାଇଥିବା ବିଷୟରେ କହିଆସୁଛି।
    ଟ୍ରୁଡୋ କହିଛନ୍ତି ଖାଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ କାନାଡାରେ ଅଛନ୍ତି। କିନ୍ତୁ ସେମାନେ ସମଗ୍ର ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି। ସେ ଅଟୱାରେ ପାର୍ଲାମେଣ୍ଟାରୀ ହିଲରେ ଦିୱାଲୀ ଉତ୍ସବ ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

    ସେହିପରି କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ସମସ୍ତ ହିନ୍ଦୁ କାନାଡିୟଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ।

    କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଥିଲା ଯେତେବେଳେ ଟ୍ରୁଡୋ ଗତ ବର୍ଷ ଅଭିଯୋଗ କରିଥିଲେ ଯେ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେର ଏକ ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ହାତ ରହିଛି। ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରତ୍ୟାଖ୍ୟାନ କରି କାନାଡାକୁ ପ୍ରମାଣ ମାଗିଥିଲା, ଯାହା ଟ୍ରୁଡୋ ସରକାର କେବେ ପ୍ରଦାନ କରିନାହାନ୍ତି।

    ଗତ ମାସରେ ଟ୍ରୁଡୋ ସରକାର କାନାଡାରେ ଭାରତର ହାଇ କମିଶନର ସଞ୍ଜୟ ବର୍ମାଙ୍କୁ ହିଂସା ଘଟଣାରେ ‘ପର୍ସନ ଅଫ୍ ଇଣ୍ଟ୍ରେଷ୍ଟ’ ଭାବରେ ଘୋଷଣା କରିବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା। ଏହାକୁ ଆପତ୍ତିଜନକ ବୋଲି କହି ଭାରତ ନିଜର ୬ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା। ଏହା ସହିତ ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଭାରତରୁ ଫେରିବାକୁ କୁହାଯାଇଥିଲା।
    ଚଳିତ ସପ୍ତାହ ପୂର୍ବରୁ, ଖାଲିସ୍ତାନର ସମର୍ଥକମାନେ ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରିଥିଲେ। ଫଳରେ ଭାରତୀୟ ଏବଂ କାନାଡା ନାଗରିକମାନେ ଅଂଶଗ୍ରହଣ କରିଥିବା ଭାରତୀୟ କନସୁଲେଟର କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଖାଲିସ୍ତାନ ସମର୍ଥକମାନେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ବାଡ଼ିରେ ପିଟିବା ସହିତ ମୁଥ ମାରୁଥିବାର ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ