Monday, October 5, 2026
29.8 C
Odisha

    ଗୋଚାଲାଣକାରୀ ଓ ଗୋହତ୍ୟାରେ ସଂପୃକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗୋଚାଲାଣକାରୀ ଓ ଗୋହତ୍ୟାରେ ସଂପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ରାଜ୍ୟ ପଶୁ ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ। ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ କହିଛନ୍ତି, କାମଧେନୁ ଯୋଜନା କେଉଁ ଭଳି ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଏହା ସହ ଜୈବିକ ସାର ଆଦିର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ। ଏଥିଲାଗି ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୫ ଜଣ ମନ୍ତ୍ରୀ ଓ ସଚିବ ମଧ୍ୟ ରହିଛନ୍ତି। ରାସ୍ତାଘାଟର ହେଉଥିବା ଗାଈଗୋରୁଙ୍କ ଦୁର୍ଘଟଣାକୁ ରୋକିବା ସହ ଥଇଥାନ ଓ ସୁରକ୍ଷାକୁ ଗୁରୁତର ସହ ପଦକ୍ଷେପ ନେବେ।
    ଏଣେ ପ୍ରତି ବ୍ଲକରେ ହେବ ଓମ୍ଫେଡ ଷ୍ଟଲ ହେବ। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଜିଲ୍ଲାର ସବୁ ବଡ଼ ବଡ଼ ମନ୍ଦିରରେ ଓମ୍ଫେଡ ଘିଆର ବ୍ୟବହାର କରନ୍ତୁ।
    ସେ ଆହୁରି କହିଛନ୍ତି, ପ୍ରତି ବ୍ଲକରେ କାମଧେନୁ ଯୋଜନା ଅନୁସାରେ ୮ ଟି ବିନ୍ଦୁରେ କାର୍ଯ୍ୟକାରୀ ହେବ। ୧୪୨୩ କୋଟି ଟଙ୍କା ବ୍ୟୟରେ ଏହି କାମଧେନୁ ଯୋଜନା ହେବ। ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ। ମାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ। ଓମ୍ଫେଡଗୁଡ଼ିକର ପୁନର୍ଗଠନ କରାଯିବ। ପ୍ରତି ଗାଁ ରେ ଗୋପନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ଗାଁ ଗହଳିରେ ଓମ୍ଫେଡର ଚାହିଦା ବଢୁଛି। ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ