Wednesday, March 25, 2026
36.9 C
Odisha

    ସ୍କୁଟି ସହ ବାଇକ୍‌ ମୁହାଁମୁହିଁ: ୨ ଜଣଙ୍କର ମୃତ୍ୟୁ, ୩ ଗୁରୁତର

    ଆଗକୁ ପଢନ୍ତୁ

    କେନ୍ଦୁଝର: ୨୦୦ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ ସହିତ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗୋପାଳପୁର ଗ୍ରାମର ଯଦୁ ମୁଣ୍ଡା ଓ ତଣ୍ଡ ଡୁମୁରିଆ ଗାଁର ମିତ୍ରଭାନୁ ବେହେରା।ସୂଚନା ଅନୁସାରେ ଯଦୁ ମୁଣ୍ଡା ସ୍କୁଟି ଯୋଗେ ପାଟଣା ଆଡୁ ଆସୁଥିବା ବେଳେ ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ମିତ୍ରଭାନୁ ବେହେରା ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.9 ° C
    36.9 °
    36.9 °
    19 %
    3.6kmh
    13 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ