Wednesday, September 30, 2026
22.9 C
Odisha

    ମୁଖ୍ୟସ୍ରୋତରେ ସାମିଲ ହେଲେ ୨ ମାଓବାଦୀ, ପୁଲିସ ନିକଟରେ କଲେ ଆତ୍ମସମର୍ପଣ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୁଲିସ ଦ୍ବାରା ଆରମ୍ଭ ହୋଇଥିବା ଆତ୍ନନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ନକ୍ସଲ ସଂଗଠନର ବଞ୍ଜାମ ରାମା ଏବଂ ଦିରଦୋ ପୋଜ୍ଜା ନାମକ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ସଂଗଠନରେ ରହି ବହୁ ହିଂସାରେ ସାମିଲ ଥିଲେ। ପୁଲିସ ତରଫରୁ ଦୁଇ ଜଣ ମାଓବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତମାସ ୧୯ ତାରିଖରେ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୋଡିୟମ ମାଙ୍ଗୁ ଓରଫ ଡିଭେଣ୍ଡର(୨୬), ତେଲେଙ୍ଗାନାର ମାଡିଭି ଆଡାଇମ ଓରଫ ଅନୁଷା(୨୩) ଏବଂ ଆନ୍ଧ୍ରପ୍ରଦେଶର କୁଦାମ ସୋମାଲି(୨୨)। ଏହି ତିନି ଜଣ ୨୦୧୮-୧୯ ମସିହାରେ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ। ଏମାନଙ୍କ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ