Wednesday, March 25, 2026
37 C
Odisha

    ୟୁକ୍ରେନର ରାଜକୋଷ ଖାଲି: ସୈନିକଙ୍କ ଦରମା ବନ୍ଦ

    ଆଗକୁ ପଢନ୍ତୁ

    କିଭ୍: ଦୀର୍ଘ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ଯାହା ଦ୍ବାରା ୟୁକ୍ରେନର ରାଜକୋଷ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ୟୁକ୍ରେନରେ ଅର୍ଥନୈତିକ ସଙ୍କଟ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଯଦି ଦେଶ ଆର୍ଥିକ ସହାୟତା ନ ପାଏ, ତେବେ ସେପ୍ଟେମ୍ବର ସୁଦ୍ଧା ସୈନିକମାନଙ୍କୁ ଦରମା ଦେଇପାରିବ ନାହିଁ। ୟୁକ୍ରେନକୁ ପ୍ରାୟ ୬୦ ବିଲିୟନ ଡଲାର ଆବଶ୍ୟକ ଯାହା ଦ୍ବାରା ସୈନିକମାନଙ୍କୁ ଦରମା ପ୍ରଦାନ କରାଯାଇପାରିବ। ଦେଶ ସୈନିକମାନଙ୍କ ଚିକିତ୍ସା ତଥା ସେମାନଙ୍କ ୟୁନିଫର୍ମ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପାଇଁ ଅର୍ଥ ଆବଶ୍ୟକ କରୁଛି। ପ୍ରତିରକ୍ଷା କ୍ଷେତ୍ରର କ୍ରମାଗତ ଅର୍ଥନୈତିକ ସଙ୍କଟ ଯୋଗୁଁ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମିରୋଭ ମଧ୍ୟ ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କିଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

    ୟୁକ୍ରେନର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆମକୁ ସୂଚନା ଦେଇଛି ଯେ ସେମାନଙ୍କ ପାଖରେ ଅର୍ଥ ନାହିଁ। ସୈନିକମାନଙ୍କୁ ଦରମା ଦେବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ବଜେଟ୍ ନାହିଁ। ଏହାପୂର୍ବରୁ, ଅଗଷ୍ଟ ମାସରେ, ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶିମିହଲ ଘୋଷଣା କରିଥିଲେ ଦେଶର ପ୍ରତିରକ୍ଷା କ୍ଷେତ୍ର ଏକ ବୃହତ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ସେହି ସମୟରେ ପ୍ରତିରକ୍ଷା କ୍ଷେତ୍ର ୧୨ ବିଲିୟନ ଡଲାର ଆବଶ୍ୟକ କରୁଥିଲା।

    ୟୁକ୍ରେନ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଦେଶର ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ସାହାଯ୍ୟ ଲୋଡିଛନ୍ତି। ଜର୍ମାନୀର ରାମଷ୍ଟାଇନ ବେସରେ ୟୁକ୍ରେନ ପ୍ରତିରକ୍ଷା ଯୋଗାଯୋଗ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୟୁକ୍ରେନ, ଆମେରିକା ସମେତ ଅନେକ ଦେଶ ଅଂଶଗ୍ରହଣ କରିଥିଲେ।
    ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଭେଟିଥିଲେ। ରାଷ୍ଟ୍ରପତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କଠାରୁ ସାହାଯ୍ୟ ଲୋଡିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ୟୁକ୍ରେନକୁ ସୁରକ୍ଷା ସହାୟତା ପାଇଁ ଆମେରିକା ୨୫୦ ମିଲିୟନ ଡଲାର ଦେବ। ଅସ୍ତ୍ରଶସ୍ତ୍ର ଦାବିରେ ଜେଲେନସ୍କି କାନାଡାରୁ ମଧ୍ୟ ସହାୟତା ଗ୍ରହଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ