Wednesday, October 23, 2024
21.7 C
Odisha

    ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ୪ ନେତାଙ୍କୁ ମିଳିଲା ମନ୍ତ୍ରୀପଦ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା ମନ୍ତ୍ରୀ ପଦ?

    ଆଗକୁ ପଢନ୍ତୁ

    ଯୋଗୀ ମନ୍ତ୍ରୀମଣ୍ଡଳରେ ବିସ୍ତାର । ୟୁପିର ଯୋଗୀ ସରକାର ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଆଜି ୪ ଜଣ ନେତା ମନ୍ତ୍ରୀମଣ୍ଡଳରେ ସାମିଲ ହେଇଛନ୍ତି । ତେବେ ନୂଆ କରି ମନ୍ତ୍ରୀମଣ୍ଡଳରେ ସାମିଲ ହେଇଥିବା ୪ ଜଣ ନେତାଙ୍କ ମଧ୍ୟରୁ ଦୁଇ ଜଣ ନେତା ବିଜେପିର ହେଇଥିବାବେଳେ, ଅନ୍ୟ ଦୁଇ ଜଣ ନେତା ଯଥାକ୍ରମେ ଏସବିଏସପି ଏବଂ ଆରଏଲଡି ଦଳର । ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ଦଳର ପ୍ରମୁଖ ଓମ ପ୍ରକାଶ ରାଜଭର, ରାଷ୍ଟ୍ରୀୟ ଲୋକଦଳର ଅନୀଲ କୁମାର ଏବଂ ବିଜେପିର ଦୁଇ ନେତା ଦାରା ସିଂହ ଚୌହାନ ଏବଂ ସୁନୀଲ ଶର୍ମା ନୂଆ କରି ୟୁପି ମନ୍ତ୍ରୀମଣ୍ଡଳରେ ସାମିଲ ହେଇଛନ୍ତି । ରାଜଭବନରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ୪ ନେତାଙ୍କୁ ମନ୍ତ୍ରୀପଦର ଶପଥ ପାଠ କରାଇଛନ୍ତି । ତେବେ ସୁନୀଲ ଶର୍ମା ୨୦୧୭ ମସିହା ଏବଂ ୨୦୨୨ ମସିହାରେ ଗାଜିଆବାଦର ସାହିବାବାଦ ସିଟରୁ ବିଜୟ ହାସଲ କରିଛନ୍ତି । ତେଣୁ ଯୋଗୀ ଏବେ ତାଙ୍କୁ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଅନ୍ୟପଟେ ଓପି ରାଜଭର ୫ ବର୍ଷ ପରେ ପୁଣିଥରେ ଯୋଗୀ ମନ୍ତ୍ରୀମଣ୍ଡଳକୁ ରିଟର୍ଣ୍ଣ କରିଛନ୍ତି । ସେପଟେ ଅନୀଲ କୁମାର ମୁଜଫରନଗର ଫୁରକାଜୀ ସିଟରୁ ଆରଏଲଡି ବିଧାୟକ ରହିଚନ୍ତି । ଆଉ ଏବେ ତାଙ୍କ ଦଳ ଏନଡିଏରେ ସାମିଲ ହେବା ପରେ, ତାଙ୍କୁ ମିଳିଛି ମନ୍ତ୍ରୀ ପଦ । ସେହିପରି ଦାରା ସିଂହ ଚୌହାନ ଗତ ୟୁପି ନିର୍ବାଚନ ସମୟରେ ସମାଜବାଦୀ ପାର୍ଟିକୁ ଚାଲିଯାଇଥିଲେ । ହେଲେ ପରେ ବିଧାୟକ ପଦରୁ ଇସ୍ତଫା ଦେଇ ସେ ବିଜେପିକୁ ରିଟର୍ଣ୍ଣ କରିଥିଲେ । ଏବେ ସେ ୟୁପି ବିଧାନ ପରିଷଦର ସଦସ୍ୟ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ