Sunday, October 4, 2026
30.6 C
Odisha

    ମାଲକାନଗିରିରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ବାଣ୍ଚିଲେ 5T ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ମାଲକାନଗିରି: ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ। ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ପାଠପଢ଼ାରେ ଯେପରି କେହି ବଞ୍ଚିତ ନହୁଅନ୍ତୁ, ସେଥିପାଇଁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତେ ନୂଆ ଓଡ଼ିଶା ଗଠନ କରିବାରେ ବ୍ରତି ହେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୁକ୍ତ ୩ ଏବଂ ପିଜିର ୬ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ। ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ। ଏହାସହ ଆଜିଠୁ ଆରମ୍ଭ ହୋଇଛି ନବୀନ ମ୍ୟାଜିକ୍ କାର୍ଡର ଶୁଭାରମ୍ଭ। ଆଜିଠୁ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିପାରିବେ। ଏହି ନୂଆ-ଓ ମ୍ୟାଜିକ୍ କାର୍ଡ ବିଷୟରେ କହିଛନ୍ତି 5T ଅଧ୍ୟକ୍ଷ। ଏହି କାର୍ଯ୍ୟ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। ଯେଉଁ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଆକ୍ଟିଭିଟିରେ ଭାଗନେବେ, ସେହି ଅନୁସାରେ କାର୍ଡର ରିଚାର୍ଜ ପରିମାଣ ବଢ଼ିବ। ଯେଉଁ କାର୍ଡ ଅଧିକ ପଏଣ୍ଟ ଆଣିବ, ସେହି ଅନୁସାରେ, ଛାତ୍ରଛାତ୍ରୀ ଅଭିଭାବକ ଓ ସଂପୃକ୍ତ କଲେଜକୁ ସମ୍ବର୍ଦ୍ଧିତ କରାଯିବ।

    ଛାତ୍ରଛାତ୍ରୀଙ୍କ କ୍ୟାରିୟର କ୍ଷେତ୍ରରେ ମଧ୍ୟ ଏହି କାର୍ଯ୍ୟ ସହାୟକ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ। ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ଯ ରଖିଛନ୍ତି ସରକାର। ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି। ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ଯ ରହିଛି। ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ବପୂର୍ଣ୍ଣ। ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ। ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର। ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି। ରାଜ୍ୟର ୬ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ। ଯୁବକ ଯାହା ସ୍ଵପ୍ନ ଦେଖିବ, ତାକୁ ସାକାର କରିପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ