Wednesday, April 9, 2025
24.8 C
Odisha

    UPSC ଟପ୍ପରଙ୍କ ବିଷୟରେ କିଛି ରୋଚକ ତଥ୍ୟ

    ଆଗକୁ ପଢନ୍ତୁ

    ୟୁପିଏସସି ସିଭିଲ ସେବା ପରୀକ୍ଷା ୨୦୨୩ର ଫଳାପଳ ଘୋଷଣା କରିଛି । ଲକ୍ଷ୍ନୌର ନାମକୁ ଉଜ୍ୱଳ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ଟପ କରିଛନ୍ତି । ସେ ଅଲ ଇଣ୍ଡିଆ ରାଙ୍କରେ ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୂରୁ ଅନନ୍ୟା ରେଡ୍ଡୀ ଅଛନ୍ତି ।
    ଆଦିତ୍ୟ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଲକ୍ଷ୍ନୌର ନିବାସୀ ଅଟନ୍ତି । ବର୍ତ୍ତମାନ ସେ ପଶ୍ଚିମବଙ୍ଗରେ ଅଣ୍ଡର ଟ୍ରେନିଙ୍ଗ ଆଇପିଏସ ଅଧିକାରୀ ପଦବୀରେ କାର୍ଯ୍ୟରତ ଅଟନ୍ତି । ତାଙ୍କ ବାପା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ ଡିପାର୍ଟମେଣ୍ଟରେ ଏଏଓ ପଦବୀରେ କାର୍ଯ୍ୟ କରୁଛନ୍ତି ।

    ଆଦିତ୍ୟଙ୍କ ଜଣେ ସାନ ଭଉଣୀ ଅଛନ୍ତି, ଯିଏ ଜିଲ୍ଲାରେ ସିଭିଲ ପରୀକ୍ଷା ପାଇଁ ପସ୍ତୁତି କରୁଛନ୍ତି । ତାଙ୍କ ମାଆ ଆଭା ଶ୍ରୀବାସ୍ତବ ସାଧାରଣ ଘରୋଇ ମହିଳା ଅଟନ୍ତି । ଆଦିତ୍ୟଙ୍କ ପିଲାଦିନ ଲକ୍ଷ୍ନୌର ମବୈୟା ଅଞ୍ଚଳରେ ବିତିଥିଲା ଏବଂ ପାଠପଢା ସିଏମଏସ ଅଲିଗଞ୍ଜରେ ହୋଇଥିଲା । ଦ୍ୱାଦଶ ପାସ କରିବା ପରେ ଆଦିତ୍ୟ ଆଇଆଇଟି କାନପୁରରେ ବିଟେକ କରିଥିଲେ ଏବଂ କିଛି ଦିନ ପାଇଁ ପ୍ରାଇଭେଟ କମ୍ପାନୀରେ ଚାକିରି କରିବା ପରେ ଆଇପିଏସ ଏବଂ ବର୍ତ୍ତମାନ ଆଇଏଏସ ପରୀକ୍ଷା ପାସ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    76 %
    4.4kmh
    6 %
    Tue
    25 °
    Wed
    38 °
    Thu
    40 °
    Fri
    41 °
    Sat
    40 °

    ସମ୍ବନ୍ଧିତ