ଭୁବନେଶ୍ୱର : UPSC ସିଭିଲ ପରୀକ୍ଷା ୨୦୨୫ ପାଇଁ ନୋଟିଫିକେସନ ଜାରିହୋଇଛି । ୟୁପିଏସସି ସିଭିଲ ସର୍ଭିସେସ ପ୍ରିଲିମ୍ସ ପରୀକ୍ଷା ମଇ ୨୫, ୨୦୨୫ରେ ଆୟୋଜିତ ହେବ । ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ ପ୍ରକ୍ରିୟା ୨୨ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ୧୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।ଛାତ୍ରଛାତ୍ରୀ ୯୭୯ ପଦବୀ ପାଇଁ ଆବେଦନ କରିପାରିବେ।ଦିବ୍ୟାଙ୍ଗଙ୍କ ପାଇଁ ୩୮ ପଦବୀ ସଂରକ୍ଷିତ ରହିଛି । ଗତବର୍ଷ ତୁଳନାରେ ୭୭ ପଦବୀ କମ୍ ରହିଛି । ଗତବର୍ଷ ୧,୦୫୬ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଥିଲା । ସେହିପରି ୨୦୨୩ରେ ୧,୧୦୫ ଏବଂ ୨୦୨୨ରେ ୧,୦୦୨ ପଦବୀ ଖାଲି ପଡିଥିଲା । ସିଭିଲ ସେବା ପରୀକ୍ଷା ସହିତ ଆଇଏଫଏସ ପାଇଁ ୧୫୦ ପଦବୀରେ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । କିନ୍ତୁ ପ୍ରିଲିମ୍ସ କ୍ବାଲିଫାଏ କରିବା ପରେ ମେନ୍ସ ଦେବା ପୂର୍ବରୁ ଗ୍ରାଜୁଏସନ ପାସ୍ କରିଥିବା ପ୍ରମାଣପତ୍ର ଜମା କରିବାକୁ ହେବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ । ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ । ଏହାପରେ ‘Whats New’ ସେକ୍ସନକୁ ଯାଇ ‘Civil Services (Preliminary) Examination, 2025’ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
ଆବେଦନ ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କଲେ ନୂଆ ପେଜ ଖୋଲିବ ।
ପ୍ରଥମ ଥର ପରୀକ୍ଷା ଦେଉଥିବା ପ୍ରାର୍ଥୀ ଜରୁରୀ ବିବରଣୀ ଭରିବା ପରେ ରେଜିଷ୍ଟ୍ରେସନ କରିବାକୁ ହେବ ।ଏହାପରେ ଜେନେରେଟ ହୋଇ କ୍ରେଡେନ୍ସିଆଲ ସହାୟତାରେ ଲଗଇନ୍ କରନ୍ତୁ ।
ଲଗଇନ୍ କରିବା ପରେ ସମସ୍ତ ଜରୁରୀ ଦସ୍ତାବିଜ ଦେଇ ଆପ୍ଲିକେସନ ଭରନ୍ତୁ ଏବଂ ଆବେଦନ ଶୁଳ୍କ ଜମା କରି ଫର୍ମ ସବମିଟ୍ କରନ୍ତୁ ।
ଚୟନ ପ୍ରକ୍ରିୟା :ପ୍ରାର୍ଥୀଙ୍କ ଚୟନ ୩ଟି ପର୍ଯ୍ୟାୟରେ ହେବ । ପ୍ରିଲିମ୍ସ, ମେନ୍ସ ଏବଂ ଇଣ୍ଟରଭ୍ୟୁ ।
ପ୍ରିଲିମ୍ସ ପରୀକ୍ଷାରେ ଅବଜେକ୍ଟିଭ ଟାଇପ୍ ପ୍ରଶ୍ନ ପଡିବ । ସେହିପରି ମେନ୍ସ ପରୀକ୍ଷାରେ ପେପର ଡିକ୍ସ୍ରିଟିଭ ଟାଇପ ଉତ୍ତର ଲେଖିବାକୁ ହେବ । ଏହାପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।