Saturday, July 27, 2024
24.6 C
Odisha

    ବରୁଣ ଗାନ୍ଧୀ ଲଢିବେନି ନିର୍ବାଚନ, ମା’ ମାନେକାଙ୍କ ପାଇଁ କରିବେ ପ୍ରଚାର

    ଆଗକୁ ପଢନ୍ତୁ

    ବରୁଣ ଗାନ୍ଧୀଙ୍କୁ ମିଳିଲାନି ବିଜେପି ଟିକେଟ୍ । ତେଣୁ ୨୦୨୪ ନିର୍ବାଚନ ଲଢିବେନି ବରୁଣ ବରଂ ସୁଲତାନପୁରରେ ମା’ ମାନେକା ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ବରୁଣଙ୍କୁ ବିଜେପି ପିଲଭିତରୁ ଟିକେଟ ନଦେଇ ଏଥର ତାଙ୍କ ବଦଳରେ ଏହି ଆସନରେ ଜିତିନ ପ୍ରସାଦଙ୍କୁ ଟିକେଟ୍ ଦେଇଛି । ଏନେଇ ଆଜି ବରୁଣ ଗାନ୍ଧୀ ସୂଚନା ଦେଇଛନ୍ତି ।

    ବରୁଣଙ୍କୁ ଟିକେଟ୍ ନମିଳିବା ନେଇ ନିକଟରେ ପ୍ରତିକ୍ରିୟା ରଖିଥିଲେ ବିଜେପି ଅଧ୍ୟକ୍ଷ ଚୌଧୁରୀ ଭୂପେନ୍ଦ୍ର ସିଂହ । ସେ କହିଥିଲେ ଯେ, ପାର୍ଟି ଏଥର ବରୁଣ ଗାନ୍ଧୀଙ୍କୁ ଟିକେଟ୍ ଦେଇନାହିଁ । କିନ୍ତୁ ସେ ବିଜେପି ସହ ଅଛନ୍ତି । ତାଙ୍କ ପାଇଁ ଦଳୀୟ ନେତୃତ୍ୱ ନିଶ୍ଚୟ କିଛି ଭଲ ଚିନ୍ତା କରି ରଖିଛନ୍ତି । ଏହା ପୂର୍ବରୁ ବରୁଣଙ୍କୁ କଂଗ୍ରେସକୁ ଯିବାକୁ ଡାକରା ଆସିଥିଲା । କିନ୍ତୁ ବରୁଣ ବିଜେପିର ଜଣେ ସଚ୍ଚୋଟ ସିପାହୀ । ସେ ସବୁବେଳେ ବିଜେପି ସହ ରହିବେ ବୋଲି ଦଳର ଦୃଢ ବିଶ୍ୱାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ