Saturday, July 27, 2024
24.8 C
Odisha

    ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ

    ଆଗକୁ ପଢନ୍ତୁ

    ବିଭିନ୍ନ ପ୍ରକାର ଫୁଲ, କେଶର ଓ ଷ୍ଟ୍ରବେରୀ ପରେ ଏବେ ପୁଣି ଥରେ ପନିପରିବା ଉତ୍ପାଦନ କରି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ । ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଗବେଷଣା କରିବା ସହ ଉନ୍ନତ ମାନର ପୋଷକ ତତ୍ତ୍ୱର ପ୍ରଭାବ କିଭଳି ପନିପରିବା ଚାଷ ଉପରେ ପଡୁଛି ତାହା ମଧ୍ୟ ନିରୂପଣ କରାଯାଇ ପାରିଛି । ଆଗକୁ ଏହି ବୈଷୟିକ ଜ୍ଞାନ କୌଶଳ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ସହ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କିଭଳି ଏଗ୍ରି-ଏଣ୍ଟରପ୍ରିନର ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ଲକ୍ଷ୍ୟ ରଖିଛି ଉଦ୍ଭିଦ ବିଜ୍ଞାନ ବିଭାଗ । ବିନା ମାଟିରେ ଫଳୁଛି ପନିପରିବା । ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ବାଇଗଣ, ବିଲାତିରେ ଭର୍ତ୍ତି ସବୁଜ ଘର । ରେଭେନ୍ସା ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜଘରେ ଅଭିନବ ଜ୍ଞାନକୌଶଳ । ହାଇଡ୍ରୋପନିକ ଉପାୟରେ ଅର୍ଥାତ କେବଳ ପାଣିରେ ଏହା ସମ୍ଭବ ହୋଇଛି । ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ରେଭେନ୍ସାରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପରେ ପୂର୍ବରୁ ସଫଳତାର ସହ ଷ୍ଟ୍ରବେରୀ ଓ କେଶର ଉତ୍ପାଦନ ହୋଇସାରିଛି । ଏବେ ନିଜସ୍ୱ ଉଦ୍ୟମରେ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ପନିପରିବା ଚାଷ ସମ୍ଭବ ହୋଇଛି । ଆଗାମୀ ଦିନରେ ଏହି ଜ୍ଞାନ କୌଶଳ କିପରି ଚାଷୀମାନଙ୍କ ପାଖରେ ପହଞ୍ଚିବ ଏଥିପାଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ