Friday, October 16, 2026
22.3 C
Odisha

    ଗୁଗଲ ମ୍ୟାପ ଦେଖି ବାଟ ଭୁଲିଗଲେ ଫ୍ରାନ୍ସ ଯୁବକ

    ଆଗକୁ ପଢନ୍ତୁ

    ଗୁଗୁଲ ମ୍ୟାପ ପର୍ଯ୍ୟଟକଙ୍କୁ ଭୁଲ ରାସ୍ତା ଦେଖାଇଲା। ଫଳରେ ସେ ବାଟ ଭୁଲି ଯାଇଥିଲେ। ଫ୍ରାନ୍ସରୁ ଆସିଥିବା ଜଣେ ଯୁବ ପର୍ଯ୍ୟଟକ ଙ୍କ ସହ ଏମିତି ହୋଇଛି। ବାଟ ଭୁଲିଯିବାରୁ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଫ୍ରାନ୍ସର ଯୁବକ ବିଲ୍ୟୁ ଗତ ନଭେମ୍ବର ମାସରେ ଭାରତ ଭ୍ରମଣ ପାଇଁ ଆସିଥିଲେ। ପ୍ରଥମେ ଦିଲ୍ଲୀ ଓ ପରେ ପରେ ବାରାଣସୀ ବୁଲିବା ପରେ ଟ୍ରେନ ଯୋଗେ ଖଡ଼ଗପୁର ଯାଇଥିଲେ ସେଠାରୁ ଭୁବନେଶ୍ୱର ଏବଂ ପୁରୀ ବୁଲିବା ପରେ ଭଦ୍ରକ ଆସିଥିଲେ। ଭଦ୍ରକରୁ କୋଲକାତା ଯିବା ବଦଳରେ ସୋର ଷ୍ଟେସନରେ ଓହ୍ଲାଇ ଗୁଗୁଲି ମ୍ୟାପରେ ଗୋପାଳପୁର ୱାଟର ଫଲ ସର୍ଚ୍ଚ କରିଥିଲେ। ଗୁଗୁଲି ମ୍ୟାପରେ ଗୋପାଳପୁର ୱାଟର ଫଲ ସ୍ଥାନରେ ସିନ୍ଧୁଆ ଡ୍ୟାମ ଦେଖାଇଥିଲା । ଯୁବକ ଜଣଙ୍କ ମ୍ୟାପକୁ ଅନୁସରଣ କରି ବାଟ ଭୁଲି ସିନ୍ଧୁଆ ଅଭିମୁଖେ ଚାଲିଚାଲି ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ହେଉଥିବା ମୁକ୍ତେଶ୍ଵର ସର୍ବଭାରତୀୟ କ୍ରିକେଟ ଟୁର୍ଣାମେଣ୍ଟର ଯୁବକ ମାନେ ତାଙ୍କୁ ଉଦ୍ଧାର କରି ସେ ବାଟ ଭୁଲି ଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କୁ ଅତିଥି ଭଳି ସେବା ଯୋଗାଇବା ସହିତ ତାଙ୍କୁ ଓଡ଼ିଆ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ଯାହାକୁ ବିଦେଶୀ ଯୁବକ ଜଣଙ୍କ ବହୁ ପ୍ରଶଂସା କରିବା ସହିତ ସେମାନଙ୍କର ବନ୍ଧୁତ୍ୱ ଓ ସାହାଯ୍ୟକୁ ଭରପୁର ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ। ତେବେ କ୍ରିକେଟ ଟୁର୍ଣାମେଣ୍ଟ ଚାଲିଥିବାରୁ ଦୁଇଦିନ ଧରି ପର୍ଯ୍ୟଟକ ଜଣଙ୍କ ସ୍ଥାନୀୟ ଯୁବକଙ୍କ ନିକଟରେ ରହୁଛନ୍ତି। ଖେଳ ସରିବା ପରେ ସେ ଯିବେ ବୋଲି କହିଥିବା ବେଳେ ସୋର ପୁଲିସ ତାଙ୍କୁ ଥାନାକୁ ଆଣି ପାସପୋର୍ଟ ଯାଞ୍ଚ କରିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ